Latest Odisha News

BREAKING NEWS

ଖୋଖୋ ବିଶ୍ବକପ୍:ଆଜି କ୍ବାଟରଫାଇନାଲ ଲଢେଇ, ଭାରତର ଉଭୟ ବର୍ଗ ଦେଖାଇବେ ଦମ୍

ନୂଆଦିଲ୍ଲୀ:ସ୍ଥାନୀୟ ଇନ୍ଦିରାଗାନ୍ଧୀ ଏରୋନରେ ଚାଲିଛି ଖୋଖୋ ବିଶ୍ବକପ୍ ର ପ୍ରଥମ ସଂସ୍କରଣ ଖେଳ । ତେବେ ଆଜି ଖୋଖୋ ବିଶ୍ବକପର କ୍ବାର୍ଟର ଫାଇନାଲ ଖେଳାଯିବ । ଭାରତର ଉଭୟ ମହିଳା , ପୁରୁଷ ଦଳ ନିଜର ଦମଦାର୍ ପ୍ରଦର୍ଶନ ଦେଖାଇ ଅପରାଜୟ ସହ ଗ୍ରୁପ ବିଜେତା ହୋଇଛନ୍ତି ଓ ଆଜି କ୍ବାଟରଫାଇନାଲ ମ୍ୟାଚ ଖେଳିବେ ।

 

ଭାରତୀୟ ପୁରୁଷ ଖୋଖୋ ଦଳ କ୍ବାର୍ଟରରେ ଆଜି ଶ୍ରୀଲଙ୍କାକୁ ଭେଟିବ । ରାତି ୮.୧୫ରେ ଏହି ଖେଳର ସିଧା ପ୍ରସାରଣ ଷ୍ଟାର ସ୍ପୋର୍ଟ୍ସ ନେଟଓ୍ବର୍କରେ ଦେଖି ପାରିବେ । ସେହିଭଳି ଭାରତୀୟ ମହିଳା ଦଳ ଆଜି କ୍ବାଟରଫାଇନାଲ ମ୍ୟାଚରେ ବାଂଲାଦେଶକୁ ଭେଟିବ । ରାତି୭ଟାରେ ଏହି ମ୍ୟାଚ ଖେଳାଯିବ ।

 

 

ଗ୍ରୁପ -ଏରେ ଭାରତୀୟ ମହିଳା ଦଳ ଗୁରୁବାର ଶେଷ ଲିଗ୍ ମ୍ୟାଚରେ ମାଲେସିଆକୁ ୮୦ ପଏଣ୍ଟରେ ପରାସ୍ତ କରି ଗ୍ରୁପ ଚମ୍ପିଆନ ହୋଇଛି । ସେହିପରି ପୁରୁଷ ବର୍ଗରେ ଗ୍ରୁପ -ଏର ଶେଷ ମ୍ୟାଚରେ ଭାରତ ୭୧-୩୪ ପଏଣ୍ଟରେ ଭୁଟାନକୁ ପରାସ୍ତ କରିଛି ।

ଆଗାମୀ ଶନିବାର ଉଭୟ ବର୍ଗର ସେମିଫାଇନାଲ ଓ ରବିବାର ଫାଇନାଲ ମ୍ୟାଚ ଖେଳାଯିବ ।

 

 

Comments are closed.