Latest Odisha News

BREAKING NEWS

ଏସସିବିରୁ ଡିସଚାର୍ଜ ହେଲେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

କଟକ: ଏସ୍‌ସିବିରୁ ଡିସଚାର୍ଜ ହେଲେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ୧୧ ଦିନ ପରେ କଟକ ଏସସିବିରୁ ଡିସଚାର୍ଜ ହୋଇଛନ୍ତି ପ୍ରଶାନ୍ତ ଜଗଦ୍ଦେବ । ଗତ ମେ ୨୯ରେ ଅସୁସ୍ଥ ହୋଇ ଏସସିବିର ମେଡିସିନ୍ ବିଭାଗରେ ଭର୍ତ୍ତି ହୋଇଥିଲେ । ଇଭିଏମ୍ ଭଙ୍ଗାରୁଜା କରିବା ଅଭିଯୋଗରେ ଜଗଦ୍ଦେବଙ୍କୁ ଗିରଫ କରିଥିଲା ପୋଲିସ । ସେପଟେ ଖୋର୍ଦ୍ଧା ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ ପ୍ରଶାନ୍ତ ।

ସୂଚନା ଅନୁସାରେ, ଗତ ୨୫ ତାରିଖରେ ବୋଲଗଡ଼ ବ୍ଲକ କାଉଁରିପାଟଣା ୧୧୪ ନଂ. ବୁଥ୍‌ରେ ଇଭିଏମ୍‌ ଭାଙ୍ଗିବା ଅଭିଯୋଗରେ ପ୍ରଶାନ୍ତଙ୍କୁ ପୋଲିସ ଗିରଫ କରି ଖୋର୍ଦ୍ଧା ଜେଲକୁ ପଠାଇଥିଲା। ୨୮ତାରିଖ ରାତିରେ ସେ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ତେଣୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବାକୁ ସେ କୋର୍ଟରେ ଆବେଦନ କରିଥିଲେ। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ଜିଲା ସ୍ବାସ୍ଥ୍ୟ ବିଭାଗର ଏକ ସ୍ବତନ୍ତ୍ର ଟିମ୍‌ ଜେଲ ପରିସରରେ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ।

ତାଙ୍କର ଅଧିକ ଚିକିତ୍ସା ପାଇଁ ୨୯ତାରିଖ ଭୋର ୪ଟାରେ ତାଙ୍କୁ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ କଡ଼ା ସୁରକ୍ଷା ବଳୟ ଭିତରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରୀକ୍ଷା ପରେ ତାଙ୍କ ଶରୀରରେ ମଧୁମେହର ପରିମାଣ ଅଧିକ ରହିଥିବା ଜଣାପଡ଼ିଥିଲା। ସେହିଦିନଠାରୁ ସେଠାରେ ତାଙ୍କର ଚିକିତ୍ସା ଜାରି ରହିଥିବା ବେଳେ ଆଜି ସେ ଏସସିବିରୁ ଡିସଚାର୍ଜ ହୋଇଛନ୍ତି । ସେପଟେ ଗତ ଶୁକ୍ରବାର କୋର୍ଟ ତାଙ୍କୁ ୩ ଦିନିଆ ଜାମିନ୍ ପ୍ରଦାନ କରିଛନ୍ତି । ଆଜିଠୁ ୩ ଦିନ ପର୍ଯ୍ୟନ୍ତ ଜାମିନ୍‌ରେ ରହିବେ ପ୍ରଶାନ୍ତ ଜଗଦ୍ଦେବ ।

Comments are closed.