ଖୋର୍ଦ୍ଧା: ଖୋର୍ଦ୍ଧା ମୁକୁନ୍ଦପ୍ରସାଦ ହତ୍ୟା ଘଟଣା । ୩ ଅଭିଯୁକ୍ତଙ୍କୁ ଗିରଫ କଲା ଖୋର୍ଦ୍ଧା ପୋଲିସ । ଗିରଫ ୩ ଅଭିଯୁକ୍ତ ହେଉଛନ୍ତି ମୁକୁନ୍ଦପ୍ରସାଦର ବିଶ୍ବଜିତ ମହାରଣା, ମୁକେଶ ସେଠୀ, ଆକାଶ ପଟ୍ଟନାୟକ । ଗତ ୨୫ ତାରିଖରେ ମହମ୍ମଦ ସାଜିଦ ନାମକ ଜଣେ ବ୍ୟକ୍ତିଙ୍କୁ ବିଚ୍ ରାସ୍ତାରେ ହାଣି ଅତି ନିର୍ମମ ଭାବରେ ହତ୍ୟା କରିଥିଲେ ଅଭିଯୁକ୍ତ ।
ସୂଚନା ଅନୁସାରେ, ଗତ ଅଗଷ୍ଟ ୨୫ ତାରିଖରେ ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳ ବଜାରରେ ମହମ୍ମଦ ସାଜିଦ ନାମକ ଜଣେ ଯୁବକକୁ ବିଚ୍ ରାସ୍ତାରେ ହାଣି ଅତି ନିର୍ମମ ଭାବରେ ହତ୍ୟା କରିଥିଲେ କିଛି ଦୁର୍ବୃତ୍ତ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଥିବା ସୂଚନା ମିଳିଥିଲା । ଉକ୍ତ ଘଟଣା ପରେ ମୁକୁନ୍ଦପ୍ରସାଦରେ ପହଞ୍ଚିଥିଲେ ଡିଜିପି ଓ ଗୁଇନ୍ଦା ନିର୍ଦ୍ଦେଶକ । ଘଟଣାପରେ ଅଞ୍ଚଳରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ଲୋକଙ୍କୁ ଅପିଲ୍ କରିଥିଲେ ଡିଜିପି । ଆଇନକୁ ହାତକୁ ନେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଥିଲେ ଡିଜିପି । ଅନ୍ୟପଟେ ସ୍ଥିତିକୁ ଦେଖି ଡିଜିପି ଓ ଗୁଇନ୍ଦା ନିର୍ଦ୍ଦେଶକ ଉକ୍ତ ଅଞ୍ଚଳରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS) ଧାରା ୧୬୩ ଲାଗୁ କରିଥିଲେ । ମୁକୁନ୍ଦପ୍ରସାଦର ୨, ୨୧ ଓ ୨୨ ନଂ ୱାର୍ଡରେ ୧୬୩ ଲାଗୁ ହୋଇଥିଲା। ସେହିପରି ୧ ନମ୍ବର, ୩ ନମ୍ବର ୱାର୍ଡର କିଛି ଅଞ୍ଚଳରେ ମଧ୍ୟ ୧୬୩ ଲାଗୁ ଥିଲା ।

Comments are closed.