Latest Odisha News

BREAKING NEWS

ପୁଣି ତିନି ଦିନିଆ ରିମାଣ୍ଡରେ ଯିବ ଖଗେଶ୍ୱର ପାତ୍ର, କୋର୍ଟ ଦେଲେ ଅନୁମତି

ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସହଯୋଗୀ ଖଗେଶ୍ବର ପାତ୍ରର ରିମାଣ୍ଡ ଅବଧି ବଢିଲା। ଖୋର୍ଦ୍ଧା ଜିଲ୍ଲା ଦୌରାଜଜର ସ୍ୱତନ୍ତ୍ର କୋର୍ଟ ତାଙ୍କୁ ଆଉ ତିନି ଦିନ ରିମାଣ୍ଡରେ ଯିବାକୁ ଅନୁମତି ଦେଇଛନ୍ତି। ଜେରା ବେଳେ ଇଡିକୁ ଖଗେଶ୍ୱର ତଦନ୍ତରେ ସହଯୋଗ କରୁନାହିଁ ତେଣୁ ଆଉ ୫ ଦିନ ରିମାଣ୍ଡରେ ନେବାକୁ ଇଡି ଅନୁମତି ମାଗିଥିଲା। ହେଲେ କୋର୍ଟ ମାତ୍ର ୩ ଦିନ ପାଇଁ ଅନୁମତି ପ୍ରଦାନ କରିଥିବା ସୂଚନା ରହିଛି।଼

ଖୋର୍ଦ୍ଧା ଜିଲ୍ଲା ଦୌରାଜଜଙ୍କ ଓକିଲ ଗୋପାଳ ଅଗ୍ରଓ୍ୱାଲ କହିଛନ୍ତି, ଖଗେଶ୍ବର ପାତ୍ର ତଦନ୍ତ ବେଳେ ଜେରାରେ ସହଯୋଗ କରୁନାହିଁ। ତେଣୁ ଆଉ ୫ ଦିନ ପାଇଁ ରିମାଣ୍ଡରେ ନେବାକୁ ଇଡି ଅନୁମତି ମାଗିଥିଲା। ହେଲେ କୋର୍ଟ ମାତ୍ର ୩ ଦିନ ପାଇଁ ଅନୁମତି ଦେଇଛନ୍ତି। ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ଚାନ୍ଦ ସହ ଖଗେଶ୍ବରର  ୫୦ ଲକ୍ଷ ଟଙ୍କାର କାରବାର ହୋଇଛି। ଏହାର ଖୋଳତାଡ଼ କରିବ ଇଡି।

ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଖଗେଶ୍ୱରର ୧୦ ଦିନିଆ ରିମାଣ୍ଡ ଅବଧି ଶେଷ ହୋଇଥିଲା। ଏହାପରେ ଆଜି କୋର୍ଟରେ ହାଜର କରିଥିଲା ଇଡି। ଏହାପୂର୍ବରୁଏକ ଡାକ୍ତରୀ ଟିମ୍ ଖଗେଶ୍ବରର ସ୍ବାସ୍ଥ୍ୟ ପରୀକ୍ଷା ଯାଞ୍ଚ କରିଥିଲେ। ଖଗେଶ୍ବରର ସ୍ବାସ୍ଥ୍ୟ ଠିକ୍ ଥିବା ରିପୋର୍ଟରୁ ଜଣାପଡିଛି।

ଶନିବାର ବିଳମ୍ବିତ ରାତିରେ ନାଟକୀୟ ଢଙ୍ଗରେ ଅର୍ଚ୍ଚନା ନାଗର ନିଖୋଜ ଥିବା ଫୋର୍ଡ ଏଣ୍ଡେଭର କାର ମଞ୍ଚେଶ୍ବର ଅଞ୍ଚଳରୁ ଉଦ୍ଧାର ହୋଇଥିଲା। ଏହାପୂର୍ବରୁ ଫୋର୍ଡ କାର ସୋରୁମ ମାଲିକର ପୁଅକୁ ଇଡି ପଚରାଉଚରା କରି କିଛି ତଥ୍ୟ ହାସଲ କରିଛି। ଖଗେଶ୍ବର ପୁରୁଣା ଗାଡି ବ୍ୟବସାୟ କରେ। ଖଗେଶ୍ୱରକୁ ଜେରା କରିବା ବେଳେ ଅନେକ ବଡ ବଡିଆ ନେତାଙ୍କ ନାମ ସାମ୍ନାକୁ ଆସିଛି। ଏହାପରେ ୧୨ ଜଣଙ୍କୁ ନୋଟିସ୍ କରିଛି ଇଡି। ସମସ୍ତେ ପର୍ଯ୍ୟାୟକ୍ରମେ ଇଡିରେ ହାଜର ହେବେ ବୋଲି ଜଣାପଡିଛି।

ସେହିପରି ଏହି ମାମଲାରେ ଇଡି ନୋଟିସ୍ କରି ହାଜର ହେବାକୁ କହିଥିବା ଅନ୍ୟତମ ଅଭିଯୁକ୍ତ ତଥା ଯୁବତୀ ଶ୍ରଦ୍ଧାଞ୍ଜଳି କୁଆଡେ ଗଲେ ତାହା ଜଣାପଡିନି।

Comments are closed.