Latest Odisha News

BREAKING NEWS

ଆଉ ନାହାନ୍ତି ରସନା ଫାଉଣ୍ଡର ଆରିଜ ଫିରୋଜଶାହ

ମୁମ୍ବାଇ: ରସନା ଗ୍ରୁପର ଫାଉଣ୍ଡର ଆରିଜ ପିରୋଜଶାହ ଖମ୍ବାଟାଙ୍କ ୮୫ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଆରିଜ ୮୦/୯୦ ଦଶକରେ ରସନା ପାନୀୟ ଯୋଗୁ ଘରେ ଘରେ ପରିିଚିତ ହୋଇ ପଡିଥିଲେ । ସେ ୱାପିଜର ପୂର୍ବ ଚେୟାରମ୍ୟାନ ଓ ଅହମ୍ମଦାବାଦ ପାରସୀ ପଂଚାୟତର ପୂର୍ବ ସଭାପତି ଥିଲେ । ଏହା ବ୍ୟତୀତ ଭାରତର ପାରସୀ ଜୋରାଷ୍ଟ୍ରିଆନ ଅଞ୍ଜୁମନ୍ସ ଫେଡେରେଶନର ଉପ ସଭାପତି ଥିଲେ । ୧୯୭୦ରେ ଅଧିକ ଦରରେ ବିକ୍ରୀ ହେଉଥିବା କୋଲ୍ଡ ଡ୍ରିଙ୍କସର ମୁକାବିଲା ପାଇଁ ସେ ରସନା ବ୍ରାଣ୍ଡ ପ୍ରସ୍ତୁତ କରିଥିଲେ । ଯାହା ବେଶ ଲୋକପ୍ରିୟତା ହାସଲ କରିଥିଲା । ସେ ସମୟରେ ୫ ଟଙ୍କା ପ୍ୟାକରେ ୩୨ ଗ୍ଲାସ ରସନା ପ୍ରସ୍ତୁତ ହୋଇ ପାରୁଥିଲା । ଏହାର ବିଜ୍ଞାପନ ଆଇ ଲଭ ୟୁ ରସନା ଏବେ ମଧ୍ୟ ଲୋକଙ୍କ ମନରେ ରହିଛି ।

ରସନା ବିଜ୍ଞାପନରେ ହ୍ରିତିକ ରୋଶନ, ଅନୁପମ ଖେର, ପରେଶ ରାୱଲ, କପିଳ ଦେବ, ଭିଭିଆନ ରିଚାର୍ଡସ, ଜେନେଲିୟା ଡିସୁଜା ଓ ବୀରେନ୍ଦ୍ର ସେହ୍ୱାଗଙ୍କ ପରି ସେଲିବ୍ରେଟି ଅଭିନୟ କରି ସାରିଛନ୍ତି । ଖମ୍ବାଟାଙ୍କୁ ସମାଜର ବିଭିନ୍ନ ବର୍ଗ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ଦିଆଯାଇଛି ।

Leave A Reply

Your email address will not be published.