Latest Odisha News

ପଜିଟିଭ ଚିହ୍ନଟ ହେଲେ କର୍ମଚାରୀ: ସିଲ ହେଲା ଖୋର୍ଦ୍ଧା ପୌର କାର୍ଯ୍ୟାଳୟ

ଖୋର୍ଦ୍ଧା: ବୁଧବାର ଖୋର୍ଦ୍ଧା ପୌରପାଳିକାର ଜଣେ କର୍ମଚାରୀ ଏବଂ ତାଙ୍କ ପୁଅ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଖୋର୍ଦ୍ଧା ପୌରପାଳିକା କାର୍ଯ୍ୟାଳୟକୁ କଣ୍ଟେଣ୍ଟମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି।

ଖୋର୍ଦ୍ଧା ଜିଲ୍ଲାପାଳ ସିତାଂସୁ କୁମାର ରାଉତ ଦେଇଥିବା ସୂଚନା ଅନୁସାରେ “ପୌରପାଳିକା  କାର୍ଯ୍ୟାଳୟକୁ ସାନିଟାଇଜ କରାଯିବା ସହ ଅନ୍ୟ ସମସ୍ତ କର୍ମଚାରୀଙ୍କର ସ୍ୱାବ ପରୀକ୍ଷା ପାଇଁ ପଠାଯିବ।

କଣ୍ଟେନମେଣ୍ଟ ଜୋନରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ନିଷେଧ କରି ଦିଆଯାଇଛି । ସ୍ଥାନୀୟ ବାସିନ୍ଦାଙ୍କୁ ଘରେ ରହିବାକୁ କୁହାଯାଇଛି। ଏହା ବ୍ୟତୀତ ସମସ୍ତ ଦୋକାନ, ବ୍ୟବସାୟ ପ୍ରତିଷ୍ଠାନ, ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡିକ ମଧ୍ୟ ଏହି ଅବଧି ମଧ୍ୟରେ ବନ୍ଦ ରଖିବାକୁ ନିଷ୍ପତି ନିଆଯାଇଛି ।

Comments are closed.