ଭୁବନେଶ୍ୱର: ରାଜ୍ୟରେ କରୋନାର ରେଡ୍ ହଟ୍ ଜିଲ୍ଲା ପାଲଟିଛନ୍ତି ଖୋର୍ଦ୍ଧା, ସୁନ୍ଦରଗଡ଼ ଓ କଟକ । ସେକେଣ୍ଡ ଓ୍ୱେଭରେ ବିଭିନ୍ନ ସମୟରେ ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାରେ ଦୈନିକ ସଂକ୍ରମଣ ହଜାରେ ପାର କରିଛି । ଆଜି କଟକରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଟପିଛି । ରାଜ୍ୟରୁ ଦିନକରେ ଯେତିକି ପଜିଟିଭ୍ ବାହାରୁଛନ୍ତି ତାର ୩୦ ପ୍ରତିଶତରୁ ଅଧିକ କେବଳ ଏହି ତିନିଟି ଜିଲ୍ଲାରୁ ଚିହ୍ନଟ ହେଉଛନ୍ତି । ଏହି ତିନିଟି ଜିଲ୍ଲାରେ ସଂକ୍ରମଣ ବ୍ରେକ ଫେଲ୍ । ବିଶେଷ କରି ଏହି ଜିଲ୍ଲା ଅନ୍ତର୍ଗତ ଭୁବନେଶ୍ୱର ମହାନଗର ନିଗମ, ରାଉରକେଲା ମହାନଗର ନିଗମ ଓ କଟକ ମହାନଗର ନିଗମ ଅଞ୍ଚଳରୁ ଅଧିକ ସଂକ୍ରମିତ ବାହାରୁଛନ୍ତି ।
ଦିନକରେ ୩୮% ପଜିଟିଭ୍
ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୧ହଜାର ୮୦୭ ସଂକ୍ରମିତ । ଏଥିରେ ସୁନ୍ଦରଗଡ଼ରୁ ୧୯୨୨, ଖୋର୍ଦ୍ଧାରୁ ୧୫୧୦ ଓ କଟକରୁ ଅଛନ୍ତି ୧୦୫୨ ଆକ୍ରାନ୍ତ । ଅର୍ଥାତ ଏହି ତିନିଟି ଜିଲ୍ଲାରୁ କେବଳ ୩୮ ପ୍ରତିଶତ ପଜିଟିଭ୍ ବାହାରିଛନ୍ତି ।
୩୫% ଆକ୍ଟିଭ୍ କେସ୍
ସେହିପରି ଖୋର୍ଦ୍ଧା, ସୁନ୍ଦରଗଡ଼ଓ କଟକରେ ଅଧିକ ରହିଛି ଆକ୍ଟିଭ୍ କେସ୍ । ଏବେ ଖୋର୍ଦ୍ଧାରେ ୧୩ହଜାର ୯୮୬ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ସୁନ୍ଦରଗଡ଼ରେ ୧୦ହଜାର ୫୯୬ ଓ କଟକରେ ଏହି ସଂଖ୍ୟା ୭ହଜାର ୧୮୬ । ତିନିଟି ଜିଲ୍ଲାରେ ମୋଟ୍ ୩୧ହଜାର ୭୬୮ଟି ସକ୍ରିୟ ମାମଲା । ରାଜ୍ୟରେ ଏବେ ମୋଟ୍ ୯୦ହଜାର ୩୩୫ଟି ଆକ୍ଟିଭ୍ କେସ୍ । ଏଥିରୁ ଅଧିକ ସଂକ୍ରମିତ ୩ଜିଲ୍ଲାରେ କେବଳ ୩୫ ପ୍ରତିଶତ ଆକ୍ଟିଭ୍ କେସ୍ ରହିଛି ।
BREAKING NEWS
- Jagannath Temple:ମହାପ୍ରଭୁଙ୍କ ନୀତି ବିଳମ୍ବ ଘଟଣା: ଜଣେ ଖୁଣ୍ଟିଆ ସେବକ ନିଲମ୍ବନ,ଦୁଇ ସେବକଙ୍କୁ…
- Odisha Police:ଜୁଭେନଟିକା କନକ୍ଲେଭରେ ଶିଶୁମାନଙ୍କ ଡିଜିଟାଲ୍ ସୁରକ୍ଷାକୁ ନେଇ ଓଡ଼ିଶା ପୋଲିସ ଏବଂ ୟୁନିସେଫର ଆଲୋଚନା
- Grief in Indian Football: ଭାରତୀୟ ଫୁଟବଲ୍ ଜଗତ ପାଇଁ ଦୁଃଖଦ ଖବର; ଖେଳିବାବେଳେ ଚାଲିଗଲା ଯୁବ ଡିଫେଣ୍ଡରଙ୍କ ଜୀବନ
- ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ୪୮୫ଟି ମାଓ ପ୍ରଭାବିତ ଗ୍ରାମକୁ ମିଳିବ କ୍ରୀଡ଼ା ସାମଗ୍ରୀ
- ଭୁବନେଶ୍ୱରରୁ କଟକ ଚଳାଚଳ କରିବ ନମୋ ଟ୍ରେନ; ମେଟ୍ରୋ ପ୍ରକଳ୍ପକୁ ନେଇ ରେଳମନ୍ତ୍ରୀ କହିଲେ…
- Growing Passion for Cricket: ମହିଳା କ୍ରିକେଟର କ୍ରେଜ୍ ଆକାଶଛୁଆଁ
- ପ୍ରାପ୍ତବୟସ୍କ ଝିଅ ସ୍ବାଧୀନ ଭାବେ ବଞ୍ଚି ରହିବାର ନିଷ୍ପତ୍ତି ନିଜେ ନେଇପାରିବେ: ହାଇକୋର୍ଟ
- Neena Gupta: ୬୬ ବର୍ଷ ବୟସରେ ନୀନା ଗୁପ୍ତା ଗର୍ଭବତୀ ?
- ଖେଳାଳିଙ୍କ ଉପରେ ଲଗାଯାଇଥିବା ଜରିମାନା ଖବରକୁ ଖଣ୍ଡନ କଲା ପିସିବି
- ମାର୍ଚ୍ଚ ୨୧ରୁ ପୁରୀ ବେଳାଭୂମିରେ ତିନି ଦିନିଆ “ଫିଟ୍ ଇଣ୍ଡିଆ କାର୍ଣ୍ଣିଭାଲ୍”
Comments are closed.