ଭୁବନେଶ୍ୱର: ରାଜ୍ୟରେ କରୋନାର ରେଡ୍ ହଟ୍ ଜିଲ୍ଲା ପାଲଟିଛନ୍ତି ଖୋର୍ଦ୍ଧା, ସୁନ୍ଦରଗଡ଼ ଓ କଟକ । ସେକେଣ୍ଡ ଓ୍ୱେଭରେ ବିଭିନ୍ନ ସମୟରେ ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାରେ ଦୈନିକ ସଂକ୍ରମଣ ହଜାରେ ପାର କରିଛି । ଆଜି କଟକରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଟପିଛି । ରାଜ୍ୟରୁ ଦିନକରେ ଯେତିକି ପଜିଟିଭ୍ ବାହାରୁଛନ୍ତି ତାର ୩୦ ପ୍ରତିଶତରୁ ଅଧିକ କେବଳ ଏହି ତିନିଟି ଜିଲ୍ଲାରୁ ଚିହ୍ନଟ ହେଉଛନ୍ତି । ଏହି ତିନିଟି ଜିଲ୍ଲାରେ ସଂକ୍ରମଣ ବ୍ରେକ ଫେଲ୍ । ବିଶେଷ କରି ଏହି ଜିଲ୍ଲା ଅନ୍ତର୍ଗତ ଭୁବନେଶ୍ୱର ମହାନଗର ନିଗମ, ରାଉରକେଲା ମହାନଗର ନିଗମ ଓ କଟକ ମହାନଗର ନିଗମ ଅଞ୍ଚଳରୁ ଅଧିକ ସଂକ୍ରମିତ ବାହାରୁଛନ୍ତି ।
ଦିନକରେ ୩୮% ପଜିଟିଭ୍
ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୧ହଜାର ୮୦୭ ସଂକ୍ରମିତ । ଏଥିରେ ସୁନ୍ଦରଗଡ଼ରୁ ୧୯୨୨, ଖୋର୍ଦ୍ଧାରୁ ୧୫୧୦ ଓ କଟକରୁ ଅଛନ୍ତି ୧୦୫୨ ଆକ୍ରାନ୍ତ । ଅର୍ଥାତ ଏହି ତିନିଟି ଜିଲ୍ଲାରୁ କେବଳ ୩୮ ପ୍ରତିଶତ ପଜିଟିଭ୍ ବାହାରିଛନ୍ତି ।
୩୫% ଆକ୍ଟିଭ୍ କେସ୍
ସେହିପରି ଖୋର୍ଦ୍ଧା, ସୁନ୍ଦରଗଡ଼ଓ କଟକରେ ଅଧିକ ରହିଛି ଆକ୍ଟିଭ୍ କେସ୍ । ଏବେ ଖୋର୍ଦ୍ଧାରେ ୧୩ହଜାର ୯୮୬ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ସୁନ୍ଦରଗଡ଼ରେ ୧୦ହଜାର ୫୯୬ ଓ କଟକରେ ଏହି ସଂଖ୍ୟା ୭ହଜାର ୧୮୬ । ତିନିଟି ଜିଲ୍ଲାରେ ମୋଟ୍ ୩୧ହଜାର ୭୬୮ଟି ସକ୍ରିୟ ମାମଲା । ରାଜ୍ୟରେ ଏବେ ମୋଟ୍ ୯୦ହଜାର ୩୩୫ଟି ଆକ୍ଟିଭ୍ କେସ୍ । ଏଥିରୁ ଅଧିକ ସଂକ୍ରମିତ ୩ଜିଲ୍ଲାରେ କେବଳ ୩୫ ପ୍ରତିଶତ ଆକ୍ଟିଭ୍ କେସ୍ ରହିଛି ।
BREAKING NEWS
- ରାଜ୍ୟ ପରିବହନ ନିଗମର ୩ ଅଧିକାରୀଙ୍କ ଦରମା ବନ୍ଦ
- ଚଳିତ ସପ୍ତାହରେ ମିଳିବ ସୁଭଦ୍ରା ଟଙ୍କା, ଜାଣନ୍ତୁ କେଉଁମାନେ ପାଇବେ…
- ବାଲି ମାଫିଆଙ୍କ କବଜାରେ ବୈତରଣୀ ନଦୀ, ବିଭାଗୀୟ ତଦନ୍ତ କରାଯିବ କହିଲେ ଜିଲ୍ଲାପାଳ…
- ଆନ୍ଦୋଳନରୁ ଓହରିଲେ ଡାକ୍ତର ସଂଘ, କାଲିଠୁ ସ୍ଵାଭାବିକ ଓପିଡି ସେବା
- ଓଡିଶା, ଓଡ଼ିଆ ଆଉ ଓଡିଶୀର ଅଭୂତପୂର୍ବ ସଙ୍ଗମ ହେଉଛନ୍ତି ଗୁରୁଶ୍ରୀ କେଳୁଚରଣ- ମୁଖ୍ୟମନ୍ତ୍ରୀ
- ହୋମଗାର୍ଡ ନିଯୁକ୍ତିରେ ପାତର ଅନ୍ତର ଅଭିଯୋଗ ଆଣି ଭଦ୍ରକ ଏସପି ଅଫିସ ସମ୍ମୁଖରେ ବିକ୍ଷୋଭ
- ଜଳୁଛି ବରଫ ପାହାଡ଼…
- ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ: ଅଷ୍ଟ୍ରେଲିଆ ସ୍ଥିତି ମଜଭୁତ
- ଓଡ଼ିଶାର ୩ କୋର୍ଟକୁ ବୋମା ଧମକ: ସମ୍ପୃକ୍ତ ଅପରାଧୀଙ୍କୁ ଖୋଜିବାହାର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
- ଜାନୁଆରି ୧୦ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଲୋକଭବନ ଉଦ୍ୟାନ
Comments are closed.