Latest Odisha News

BREAKING NEWS

କରୋନାରେ ପୂର୍ବତନ ଓଡ଼ିଶା କ୍ରିକେଟର ରବି ନାରାୟଣ ପଣ୍ଡାଙ୍କ ପରଲୋକ

ଭୁବନେଶ୍ୱର: କରୋନାରେ ଓଡିଶାର ପୂର୍ବତନ କ୍ରିକେଟର ରବି ନାରାୟଣ ପଣ୍ଡାଙ୍କ ପରଲୋକ। ଶ୍ରୀ ପଣ୍ଡାଙ୍କର ଶୁକ୍ରବାର ରାତିରେ ସହରର ଏକ ଘରୋଇ ଡାକ୍ତରଖାନାରେ କରୋନାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ହୋଇଥିଲା।

ପରିବାର ସୂତ୍ରରୁ ପ୍ରକାଶ ଯେ ପଣ୍ଡା ଏବଂ ତାଙ୍କ ପତ୍ନୀ ସୁସ୍ମିତା କୋଭିଡ୍‌ ପରୀକ୍ଷା କରିବା ପରେ ରିପୋର୍ଟ ପଜିଟିଭ ଆସିଥିଲା। ଏହାପରେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ସୂଚନା ଅନୁଯାୟୀ ତାଙ୍କ ପତ୍ନୀଙ୍କ ଅବସ୍ଥା ଏବେ ବି ଗୁରୁତର ଅଛି।

ସୂଚନା ମୁତାବକ କିଛିଦିନ ତଳେ ଶ୍ରୀ ପଣ୍ଡା ତାଙ୍କ ୩୧ ବର୍ଷିୟ ପୁଅ ସୌରଭଙ୍କୁ ହରାଇଥିଲେ। ପୁଅ ସୌରଭ ଯକୃତ ଜନିତ ରୋଗରେ ପୀଡିତ ଥିଲେ।

Leave A Reply

Your email address will not be published.