Latest Odisha News

BREAKING NEWS

ନିଜ ବାପାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ବିଜେପି ନେତ୍ରୀ

ନୂଆଦିଲ୍ଲୀ: ଜଣାଶୁଣା ଅଭିନେତ୍ରୀ ତଥା ବିଜେପି ନେତ୍ରୀ ଖୁସବୁ ସୁନ୍ଦର ଏକ ଚାଂଚଲ୍ୟକର ଖୁଲାସା କରିଛନ୍ତି । ସେ ତାଙ୍କ ବାପାଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆଣି କହିଛନ୍ତି ଯେ, ମୋ ବାପା ମୋତେ ୮ ବର୍ଷ ବୟସରେ ଯୌନ ଶୋଷଣ କରିଥିଲେ। ଖୁସବୁ ସୁନ୍ଦର କହିଛନ୍ତି ଯେ ମୋତେ ଯେତେବେଳେ ୮ ବର୍ଷ ବୟସ ହୋଇଥିଲା, ମୋ ବାପା ମୋତେ ଯୌନ ନିର୍ଯାତନା ଦେଇଥିଲେ। ୧୫ ବର୍ଷ ବୟସ ପର୍ଯ୍ୟନ୍ତ, ମୋ ବାପାଙ୍କ ବିରୁଦ୍ଧରେ କହିବାକୁ ମୋର ସାହସ ନଥିଲା | ମୋ ମା, ମୋ ବାପାଙ୍କୁ ‘ଦେବତା’ ଭାବରେ ବିବେଚନା କରୁଥିଲେ। ସେ ତାଙ୍କ ମାଙ୍କୁ ଏସବୁ ଜଣାଇବାକୁ ଚାହୁଁଥିଲେ କିନ୍ତୁ ସେ ଭୟ କରୁଥିଲେ ଯେ ତାଙ୍କ ମା ତାଙ୍କୁ ବିଶ୍ୱାସ ନକରିପାରନ୍ତି ।

ଶିଶୁ ଅଭିନେତ୍ରୀ ଭାବରେ କ୍ୟାରିଅର୍ ଆରମ୍ଭ କରିଥିବା ଖୁସବୁ ଫିଲ୍ମ ‘କଲିଯୁଗ ପାଣ୍ଡଭୁଲୁ’ରୁ ଅଭିନେତ୍ରୀ ଭାବେ କ୍ୟାରିୟର ଆରମ୍ଭ କରିଥିଲେ । ସେ ଅନେକ ହିଟ ଫିଲ୍ମରେ ଅଭିନୟ କରିଥିବାବେଳେ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଅବସର ନେଇ ରାଜନୀତିରେ ତାଙ୍କର ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲେ। ସେ ୨୦୧୦ରେ ଡିଏମକେରେ ଯୋଗ ଦେଇ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ପରେ ସେ କଂଗ୍ରେସକୁ ଯାଇଥିଲେ ଓ ଦଳର ମୁଖପାତ୍ର ହୋଇଥିଲେ। ଏହା ପରେ ସେ ବିଜେପିରେ ଯୋଗ ଦେଇଥିଲେ ଏବଂ ୨୦୨୧ ତାମିଲନାଡୁ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, କିନ୍ତୁ ଡିଏମକେ ପ୍ରାର୍ଥୀଙ୍କଠାରୁ ହାରିଯାଇଥିଲେ । ଖୁସବୁ ସୁନ୍ଦର ନିକଟରେ ଜାତୀୟ ମହିଳା ଆୟୋଗର ସଦସ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି।

Leave A Reply

Your email address will not be published.