Latest Odisha News

BREAKING NEWS

ଆମେରିକା ରଣନୀତିରେ ଚିନ୍ତାରେ ଚୀନ

ବେଜିଂ: ଆମେରିକା ରଣନୀତିରେ ଏବେ ଚୀନ ଚିନ୍ତାରେ ପଡିଛି । ବେଲୁନ ମାଧ୍ୟମରେ ଗୋଇନ୍ଦାଗିରି କରୁଥିବା ନେଇ ଚୀନକୁ ସିଧାସଳଖ ଆମେରିକା ଧମକ ଦେଇ ସାରିଛି । ଏବେ ପଶ୍ଚିମଦେଶଗୁଡିକ ସହାୟତାରେ ଚୀନକୁ ଘେରିବାକୁ ଚେଷ୍ଟା କରୁଛି । ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଆମେରିକା ନେଇ ଖୋଲାଖୋଲି ଭାବେ ଏ ଭଳି ବୟାନ ଦେଇଛନ୍ତି । ଯାହାକୁ ନେଇ ଉଭୟ ଦେଶ ମଧ୍ୟରେ ତିକ୍ତତା ବଢ଼ିବାକୁ ଲାଗିଛି । ୫ ବର୍ଷ ମଧ୍ୟରେ ଚୀନର ବିକାଶକୁ ରୋକିବା ପାଇଁ ଆମେରିକା ସମସ୍ତ ପ୍ରକାର ଉଦ୍ୟମ ଜାରୀ ରଖିଛି । ଚୀନର ଅର୍ଥନୀତିକୁ ଦୁର୍ବଳ କରିବା ସେମାନଙ୍କ ମୁଖ୍ୟ ଉଦ୍ଦେଶ୍ୟ ରହିଛି ବୋଲି ଜିନପିଙ୍ଗ କହିଛନ୍ତି ।

ଚୀନର ଶତ୍ରୁ ଦେଶ ଯଥା ତାଇୱାନ, ଜାପାନ ଓ ଭାରତର ସହାୟତା ମଧ୍ୟ ଆମେରିକା ନେଇଛୁ । ପଶ୍ଚିମ ଦେଶଗୁଡିକ ବିପକ୍ଷରେ ମୁକାବିଲା କରିବାକୁ ହେଲେ ଆମକୁ ଆତ୍ମ ନିର୍ଭର ହେବାକୁ ପଡିବ । ଆଗାମୀ ଦିନରେ ଆମକୁ ଆହୁରି ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.