Latest Odisha News

BREAKING NEWS

କିଆରାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଇନ୍ଦୁ କୀ ଜୱାନୀ’ର ଟ୍ରେଲର୍‌ ରିଲିଜ୍‌

ମୁମ୍ବାଇ: କିଆରା ଆଡଭାନୀ ଏବଂ ଆଦିତ୍ୟ ସିଲଙ୍କ ଅଭିନୀତ ରୋମାଣ୍ଟିକ କମେଡି ଫିଲ୍ମ ‘ଇନ୍ଦୁ କୀ ଜୱାନୀ’ର ଟ୍ରେଲର ମୁକ୍ତିଲାଭ କରିିଛି। ଅବୀର ସେନଗୁପ୍ତଙ୍କ ଦ୍ୱାରା ଲିଖିତ ତଥା ନିର୍ଦ୍ଦେଶିତ ଏହି ଫିଲ୍ମ ଡିସେମ୍ବର ୧୧ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଟ୍ରେଲର ଦେଖିବା ପରେ ଦର୍ଶକଙ୍କୁ ଦିଲ୍ଲୀର କଥା ମନେ ପକାଇଦେଇଛି। ଯେଉଁଠାରେ କିଆରା ଆଡଭାନୀ ସେ ଅବିବାହିତ ଏବଂ ସେ ତାଙ୍କ ପ୍ରେମିକ ସହିତ ଜୀବନ ବିତାଇବାକୁ ଚାହୁଁଛନ୍ତି ବୋଲି କହୁଥିବା ଦେଖିବାକୁ ମିଳିଛି। ଟ୍ରେଲ‌ରରେ କିଆରାଙ୍କୁ ଇନ୍ଦୁ ଗୁପ୍ତା ତଥା ଗାଜିଆବାଦର ଗ୍ଲେମ୍‌ ଝିଅ ଭାବରେ ଦେଖିବାକୁ ମିଳିଛି।

ରିପୋର୍ଟ ଅନୁଯାୟୀ, ଫିଲ୍ମ ‘ଇନ୍ଦୁ କୀ ଜୱାନୀ’ ଗତ ବର୍ଷ ରିଲିଜ ହେବାକୁ ଥିଲା। କିନ୍ତୁ କରୋନୋଭାଇରସ୍ କାରଣରୁ ଫିଲ୍ମ ରିଲିଜ୍ ବନ୍ଦ ହୋଇଯାଇଥିଲା। ପ୍ରେକ୍ଷାଳୟରେ ମୁକ୍ତିଲାଭ ପାଇଁ ଏହି ଫିଲ୍ମ ଘୋଷଣା କରାଯାଇଛି। ଫିଲ୍ମ ‘ଇନ୍ଦୁ କି ଜବାନୀ’ ଆସନ୍ତା ମାସ ଡିସେମ୍ବର ୧୧ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। କିଆରା ଆଡଭାନୀଙ୍କ ଓଟିଟିରେ ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ ‘ଲକ୍ଷ୍ମୀ’ରେ ଅକ୍ଷୟ କୁମାରଙ୍କ ସହିତ ନଜର ଆସିଥିଲେ। ଅକ୍ଷୟ କୁମାରଙ୍କ ଫିଲ୍ମ ଭୁଲ୍‌ ଭୁଲେୟା ସିକ୍ୱେଲ ‘ଭୁଲ୍‌ ଭୁଲେୟା ୨’ରେ କିଆରା ଆଡଭାନୀଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରରେ କିଆରାଙ୍କ ସହ କାର୍ତ୍ତିକ ଆର୍ଯ୍ୟନ୍ ମଧ୍ୟ ନଜର ଆସିବେ।

Leave A Reply

Your email address will not be published.