Latest Odisha News

BREAKING NEWS

କୁନି ଦେବାଙ୍ଗଙ୍କ ବଡ ଚିନ୍ତାଧାରା

ଭୁବନେଶ୍ୱର: ୬ ବର୍ଷର ଦେବାଙ୍ଗ । ବୟସ ସିନା ବହୁତ କମ୍ କିନ୍ତୁ ଚିନ୍ତାଧାରା ବହୁତ ବଡ । ଦେବାଙ୍ଗ ଜନ୍ମ ଦିନରେ ତାଙ୍କୁ ଉପହାର ମିଳିଥିବା ୧୧ ହଜାର ଟଙ୍କାକୁ ସେ ମହିଳା ଟ୍ରାଫିକ ପୋଲିସଙ୍କ ଉଦ୍ଦେଶ୍ୟ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଦେଇଛନ୍ତି ।

ଏଥି ସହିତ ମହିଳା ଟ୍ରାଫିକ କନେଷ୍ଟବଳମାନଙ୍କୁ ମାସ୍କ, ସାନିଟାଇଜର, ସାବୁନ ଓ ଖାଦ୍ୟ ପାନୀୟ ଥିବା ଏକ ପ୍ୟାକେଟ ମଧ୍ୟ ଦେବାଙ୍ଗଙ୍କ ଦେଇଛନ୍ତି ।
ଏ ନେଇ ଦେବାଙ୍ଗ କହିଛନ୍ତି ‘ଏହି ଟଙ୍କା ସେ ଜେଜେ ବାପାଙ୍କଠୁ ଜନ୍ମ ଦିନରେ ଉପହାର ସ୍ୱରୂପ ପାଇଥିଲେ । କରୋନା ସମୟରେ ବି ଖରା ତରାରେ ଠିଆ ହୋଇ ଆମ ପାଇଁ କାମ କରୁଥିବା ମହିଳା ଟ୍ରାଫିକ୍ ପୋଲିସ ପାଇଁ କିଛି କରିବା ଉଦ୍ଦେଶ୍ୟରେ ମୁଁ ଏହି ଟଙ୍କା ଦେଇଛି । ‘

ଅନ୍ୟପଟେ ଦେବାଙ୍ଗ ଏହି କାମ ପାଇଁ ପରିବାର ଲେକ ବେଶ୍ ଖୁସିଥିବା ତାଙ୍କ ମାଆ କହିଛନ୍ତି ।

Leave A Reply

Your email address will not be published.