କେନ୍ଦୁଝର: କେନ୍ଦୁଝର ନନ୍ଦିପଡା ଗ୍ରାମରୁ ଋଣ ପରିଶୋଧ ନକରିବାରୁ ଜଣେ ଯୁବକଙ୍କୁ ଅପହରଣ ଘଟଣାରେ ଉକ୍ତ ଯୁବକଙ୍କୁ ଟୋଲଙ୍କପଡା ଜଙ୍ଗଲରୁ ଉଦ୍ଧାର କରାଯାଇଛି।
ପୋଲିସ ପକ୍ଷରୁ ଏହି ଘଟଣାର ତଦନ୍ତ ଜାରି ରହିଛି।
ଯୁବକଙ୍କ ନାମ ସନାତନ ନାୟକ ହୋଇଥିବା ବେଳେ ସେ ହାଟଡିହି ବ୍ଲକ ଅନ୍ତର୍ଗତ ପନ୍ଦାଡୋ ଗାଁର ବାସିନ୍ଦା।
ସୂଚନାନୁସାରେ, ସନାତନ ଏବଂ ତାଙ୍କ ପିତା ନରେନ୍ଦ୍ର ନାୟକଙ୍କ ଜେଏମଏଫସି କୋର୍ଟରୁ ମୋଟରସାଇକେଲରେ ଫେରୁଥିଲା ବେଳେ ଏହି ଘଟଣା ଘଟିଥିଲା। ସେମାନେ ବାପା-ପୁଅ ଦୁହିଁଙ୍କୁ ମାରପିଟ୍ କରିଥିଲେ, ପରେ ଚେତାଶୂନ୍ୟ ହୋଇଯିବାରୁ ଘଟଣାସ୍ଥଳରୁ ଅପହରଣ କରି ନେଇଥିଲେ। ପରବର୍ତ୍ତୀ ସମୟରେ ନନ୍ଦିପଡା ଗ୍ରାମବାସୀ ନରେନ୍ଦ୍ରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
ଅପହରଣକାରୀମାନେ ପୁଅକୁ ଛାଡିବା ପାଇଁ ୫ ଲକ୍ଷ ଟଙ୍କା ଦାବି କରୁଥିବା ନେଇ ନନ୍ଦିପଡା ଥାନାରେ ଅଭିଯୋଗ କରିଥିଲେ ନରେନ୍ଦ୍ରଙ୍କ ପତ୍ନୀ।
Comments are closed.