Latest Odisha News

BREAKING NEWS

କିଡନୀ ରୋଗୀ କରୋନା ଆକ୍ରାନ୍ତ ହେବାରୁ କଲେ ଆତ୍ମହତ୍ୟା !

ଦିଲ୍ଲୀରେ ପୁଣି ଜଣେ କରୋନା ଆକ୍ରାନ୍ତଙ୍କ ଆତ୍ମହତ୍ୟା  । ଦକ୍ଷିଣ ଦିଲ୍ଲୀର ବାତ୍ରା ହସପିଟାଲରେ ଘଟିଛି ଏଭଳି ଅଭାବନୀୟ ଘଟଣା  । ପୋଲିସର କହିବା ମୁତାବକ ଦିଲ୍ଲୀ ମିଠାପୁରରେ ରହୁଥିବା ୬୩ ବର୍ଷୀୟ ଜଣେ ବ୍ୟକ୍ତି ପୂର୍ବରୁ କିଡନୀ ରୋଗରେ ପୀଡ଼ିତ ଥିଲେ  ।  ଆଉ ଡାଏଲେସିସ୍ ଲାଗି ଗତ ମେ ୨୦ରେ ହସପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ମଧ୍ୟ ହେଉଥିଲେ  । ମାତ୍ର ଗତ ସପ୍ତାହରେ ତାଙ୍କ ନିକଟରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲା  । ଆଉ ରବିବାର ଅପରାହ୍ନ ୪ଟା ସମୟରେ ହସପିଟାଲ କୋଠରୀର ସିଲିଂ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିବା ସ୍ଥାନୀୟ ଡେପୁଟୀ କମିଶନର ଅଫ୍ ପୋଲିସ କହିଛନ୍ତି  ।

ତେବେ ତାଙ୍କର କୌଣସି ସୁସାଇଡ୍ ନୋଟ୍ ପୋଲିସର ହସ୍ତଗତ ହୋଇନାହିଁ  । ମାତ୍ର ପାରିପାର୍ଶ୍ୱିକ ଅବସ୍ଥା ଦେଖି ରୋଗାଗ୍ରସ୍ତ ହୋଇ ଅତ୍ୟଧିକ ମାନସିକ ଚାପରେ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ କରୁଛି ପୋଲିସ  । ତେବେ ଘଟଣାର ଅଧିକ ତଦନ୍ତ ଚାଲିଛି  । ଦେଶର ରାଜଧାନୀରେ ଏହା ହେଉଛି ଦ୍ୱିତୀୟ ଘଟଣା  । ଯେଉଁଥିରେ ଜଣେ କରୋନା ଆକ୍ରାନ୍ତ ଆତ୍ମହତ୍ୟା କରିଛନ୍ତି  । ଗତ ମାସରେ ଜଣେ ଯବାନ କରୋନା ପଜିଟିଭ ଜଣାପଡ଼ିବା ପରେ ଆର୍ମି ହସପିଟାଲର ଏକ ଗଛରେ ଝୁଲି ଆତ୍ମହତ୍ୟା କରିଥିଲେ  ।

Leave A Reply

Your email address will not be published.