Latest Odisha News

BREAKING NEWS

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଘରେ ଆଗରେ କିଡନୀ ରୋଗୀଙ୍କ ଧାରଣା ତୃତୀୟ ଦିନରେ

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଘରେ ଆଗରେ କିଡନୀ ରୋଗୀଙ୍କ ଧାରଣା ଜାରି ରହିଛି । ଆଜି ତୃତୀୟ ଦିନରେ ଏକାଧିକ କିଡନୀ ରୋଗୀ ମନ୍ତ୍ରୀ ନବ ଦାସଙ୍କ ଘରେ ଆଗରେ ଧାରଣା ଦେବା ସହ ସେଇଠି ରୋଷେଇ କରି ଖାଉଛନ୍ତି ।

BjdElectrycity

ସ୍ୱାସ୍ଥ୍ୟ ସଚିବଙ୍କ ସହ ଆଲୋଚନା ବିଫଳ ପରେ ମନ୍ତ୍ରୀଙ୍କ ବାସଭବନ ଆଗରେ ଧାରଣା ଦେଇଛନ୍ତି କିଡନୀ ରୋଗୀ । ସୂଚନା ଅନୁସାରେ, କିଡନୀ ରୋଗୀଙ୍କ ଲାଗି ଡାକ୍ତର ଲେଖୁଥିବା ଔଷଧକୁ ମାଗଣା ପ୍ରଦାନ ଦାବି କରିଛନ୍ତି ଆନ୍ଦୋଳନକାରୀ । ଯାହାକି ସରକାରୀ ହସ୍ପିଟାଲରେ ମିଳୁ ନାହିଁ ।

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ପ୍ରଥମ ଆଲୋଚନା ବେଳେ ସରକାରୀ ଡାକ୍ତରଖାନାରେ ଦିଆଯାଉଥିବା ଔଷଧ ନେବାକୁ ସେମାନଙ୍କୁ କୁହାଯାଇଥିଲା । ତେବେ ଆନ୍ଦୋଳନକାରୀଙ୍କ କହିବା କଥା କଳାତାଲିକାରେ ଥିବା ଔଷଧକୁ ସରକାରୀ ଡାକ୍ତର ଲେଖୁଛନ୍ତି । ସେହି ଔଷଧ ଖାଇ ୨୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮ ଜଣଙ୍କ ସ୍ୱାସ୍ଥ୍ୟରେ କୌଣସି ସୁଧାର ଆସୁନାହିଁ ।

ଏ ଘଟଣାକୁ ନେଇ ତଦନ୍ତ ନିର୍ଦ୍ଦେଶ ଦେବାକୁ କିଡନୀ ରୋଗରେ ଆକ୍ରାନ୍ତ ଦାବି କରି ଆସୁଛନ୍ତି । ତଥାପି ୨୦୨୧ରୁ ସରକାର ନ ଶୁଣି ଦିନ ଗଡ଼ାଇ ଚାଲିଥିବା କହିଛନ୍ତି କିଡନୀ ଆକ୍ରାନ୍ତ । ଅନ୍ୟପଟେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କହିବା କଥା ସରକାରୀ ଡାକ୍ତର ଲେଖୁଥିବା ଔଷଧ ନିରାପଦ । କିଡନୀ ରୋଗୀ ଔଷଧ ପରିବର୍ତ୍ତନ କରୁନଥିବା ଏବଂ ସରକାରୀ ଡାକ୍ତରଙ୍କୁ ବିଶ୍ୱାସକୁ ନେଉ ନଥିବା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ।

Leave A Reply

Your email address will not be published.