Latest Odisha News

BREAKING NEWS

ଏକତ୍ର ଗୋଟିଏ ଫିଲ୍ମରେ ଆସୁଛନ୍ତି ସଞ୍ଜୟ, ମିଥୁନ, ସନୀ ଓ ଜ୍ୟାକି

ମୁମ୍ବାଇ:୮୦-୯୦ ଦଶକରେ ବଲିଉଡରେ ଝଡ ସୃଷ୍ଟି କରୁଥିବା ୪ ସୁପରଷ୍ଟାର ଗୋଟିଏ ଫିଲ୍ମରେ ଏକତ୍ର ଆସୁଛନ୍ତି । ଏହି ୪ଜଣ ହେଲେ ସନୀ ଦେଓଲ, ସଞ୍ଜୟ ଦତ, ମିଥୁନ ଚକ୍ରବର୍ତି ଓ ଜ୍ୟାକି ଶ୍ରଫ । ମେକର୍ସଙ୍କ ପକ୍ଷରୁ ଆଜି ଏହି ଆକ୍ସନ ଥ୍ରୀଲର ଫିଲ୍ମର ଫାଷ୍ଟ ଲୁକ ଜାରୀ କରାଯାଇଛି । ସଞ୍ଜୟ ଦତ ଏହାକୁ ଶେୟାର କରି ଲେଖିଛନ୍ତି ବାପ ଅଫ ଅଲ ଫିଲ୍ମସ । ୪ଜଣଙ୍କ ଲୁକ ମଧ୍ୟ ଦର୍ଶକଙ୍କୁ ବେଶ ପସନ୍ଦ ଆସୁଛି । ଫିଲ୍ମର ଟାଇଟଲ ଖୁବ ଶୀଘ୍ର ଘୋଷଣା କରାଯିବ ବୋଲି ମେକର୍ସଙ୍କ ପକ୍ଷରୁ କୁହାଯାଇଛି । ବିବେକ ଚୌହ୍ୱାନ ଏହାର ନିର୍ଦ୍ଦେଶନା ଦାୟିତ୍ୱ ନେଇଥିବା ବେଳେ ଅହମ୍ମଦ ଖାଁ, ଶାଇରା ଅହମ୍ମଦ ଓ ଜୀ ଷ୍ଟୁଡିୟୋଜ ମିଳିତ ଭାବେ ଏହାକୁ ପ୍ରଡ୍ୟୁସ କରୁଛନ୍ତି ।

ସନୀ କୈଦୀ ଡ୍ରେସ ପିନ୍ଧିଥିବା ବେଳେ ତାଙ୍କୁ ବନ୍ଧୁ ଅନ୍ୟ ୩ଜଣ ସେମାନଙ୍କ କିଲର ଲୁକରେ ରହିଛନ୍ତି । ୪ ଜଣ ଯାକ ଆକ୍ସନ ହୀରୋ ହୋଇଥିବାରୁ ଫିଲ୍ମରେ ରୋମାଂଚକ ଫାଇଟ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.