Latest Odisha News

BREAKING NEWS

ଏହି ଲକ୍ଷଣ ଥିଲେ ଜାଣିବେ କିଡନୀରେ ଷ୍ଟୋନ ହେଇଛି..

ଭୁବନେଶ୍ବର: ଆଜିକାଲି କିଡନୀ ଷ୍ଟୋନ ସମସ୍ୟା ବଢିବାକୁ ଲାଗିଲାଣି । ଏହି ସମସ୍ୟା ହେଲେ ଯନ୍ତ୍ରଣା ଅସହ୍ୟ ହୋଇଥାଏ । କିଡନୀ ଆମ ଶରୀରରୁ ଖାଦ୍ୟ ଏବଂ ପାନୀୟରୁ ବିଷାକ୍ତ ପଦାର୍ଥ ବାହାର କରିବା ପାଇଁ କିଡନୀ ସାହାଯ୍ୟ କରେ । କିନ୍ତୁ ଯେତେବେଳେ ଏହି ବିଷାକ୍ତ ପଦାର୍ଥଗୁଡ଼ିକ କିଡନୀରୁ ସମ୍ପୂର୍ଣ୍ଣ ଭାବରେ ବାହାରକୁ ବାହାରି ପାରେ ନାହିଁ, ତାହା ଧିରେ ଧିରେ ଜମା ହୋଇ ଷ୍ଟୋନ ରୂପ ହେବାକୁ ଲାଗେ । ଯଦି ସଠିକ ସମୟ ମଧ୍ୟରେ ଏହାର ଚିକିତ୍ସା କରାଗଲା, ତେବେ କିଡନୀକୁ କ୍ଷତି ପହଞ୍ଚାଇ ଅକାମୀ କରି ଦେଇପାରେ ।

କିଡନୀରେ ଷ୍ଟୋନ ହେଲେ ଏହି ସବୁ ଲକ୍ଷଣ ଦେଖାଦେଇଥାଏ:- ଲାଲ, ମାଟିଆ କିମ୍ବା ଗୋଲାପୀ ରଙ୍ଗର ପରିସ୍ରା ହେବା, ପେଟ ଏବଂ ଆଖପାଖରେ ଯନ୍ତ୍ରଣା ହେବା, ଦୁର୍ଗନ୍ଧଯୁକ୍ତ ପରିସ୍ରା ହେବା,ପରିସ୍ରା କରିବା ସମୟରେ ଯନ୍ତ୍ରଣା କିମ୍ବା ଜଳାପୋଡ଼ା ହେବା,ବାରମ୍ବାର ବାନ୍ତି ଲାଗିବା, ଜ୍ୱର ଏବଂ ଥଣ୍ଡା ଲାଗି ରହିବା,ବାରମ୍ବାର ପରିସ୍ରା ହେବା,ପରିସ୍ରାରେ ରକ୍ତ ପଡ଼ିବା ଓ ଅଳ୍ପ ପରିମାଣରେ ପରିସ୍ରା କରିବା ।

ଏହିସବୁ ଲକ୍ଷଣ ଥିଲେ ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ । ଡାକ୍ତରଙ୍କ ପରାମର୍ଶ ଅନୁସାରେ ଖାଦ୍ୟ ଓ ଔଷଧ ଗ୍ରହଣ କରନ୍ତୁ ।

ତେବେ କିଡନୀରେ ଷ୍ଟୋନ ସମସ୍ୟା ଥିଲେ ପ୍ରୋଟିନଯୁକ୍ତ ଖାଦ୍ଯ କମ ଖାଆନ୍ତୁ । କାରଣ ଏହା କିଡନୀ ଷ୍ଟୋନ୍ ହେବାର ଆଶଙ୍କା ବଢ଼ାଇଥାଏ । ତେବେ ଅଣ୍ଡା, ଦହି, ଚଣା, ମାଛ, ଚିକେନ୍ ଏବଂ ଡାଲିରୁ ତିଆରି ଖାଦ୍ୟ ଖାଇବା ଅନୁଚିତ୍ । ଥଣ୍ଡା ପାନୀୟ ତିଆରିରେ ଫସଫୋରିକ ଏସିଡ୍ ପ୍ରଚୁର ପରିମାଣରେ ବ୍ୟବହୃତ ହୁଏ । ଏହା ଷ୍ଟୋନ ହେବାର ଆଶଙ୍କା ବଢ଼ାଇଥାଏ । କିଡନୀରେ ଷ୍ଟୋନ ସମସ୍ୟା ଅଛି, ତେବେ ଭୁଲରେ ବି କୋଲ୍ଡ ଡ୍ରିଙ୍କ୍‌ସ ପିଅନ୍ତୁ ନାହିଁ । କିଡନୀ ଷ୍ଟୋନ ସମସ୍ୟାରେ ପୀଡିତ ବ୍ୟକ୍ତି ପାଳଙ୍ଗ,କୋଳି, ଡ୍ରାଏ ଫ୍ରୁଟ୍ସ ଏବଂ ଚା’ ପିଇବା କଥା ନୁହେଁ । କାରଣ ଏଥିରେ ଅକ୍ସାଲେଟ୍ (oxalate)ର ପରିମାଣରେ ଅଧିକ ଥାଏ । ସେହିପରି ଷ୍ଟୋନ ସମସ୍ୟା ଥିଲେ ବ୍ୟକ୍ତିମାନେ ଅଧିକ ଲୁଣ ଖାଇବା ଅନୁଚିତ୍ ।

ଯଦି କିଡନୀରେ ଷ୍ଟୋନ ହୋଇଛି , ତେବେ ଦିନକୁ ଅତି କମରେ ବାର ଗ୍ଲାସ ପାଣି ପିଅନ୍ତୁ । ପାଣି ସାହାଯ୍ୟରେ କିଡନୀ ଷ୍ଟୋନ ଶରୀରରୁ ଶୀଘ୍ର ବାହାରକୁ ବାହାରିଯାଏ । ସେହିପରି ତୁଳସୀପତ୍ରରେ ଥିବା ଉପାଦାନଗୁଡ଼ିକ ଶରୀରରେ ୟୁରିକ୍ ଏସିଡର ସ୍ତରକୁ ନିୟନ୍ତ୍ରଣ କରିବାରେ ଉପଯୋଗୀ ହୋଇଥାଏ । ଲେମ୍ବୁ ରସ କିଡନୀ ଷ୍ଟୋନ୍ ର ଆଶଙ୍କାକୁ ବହୁତ ପରିମାଣରେ ହ୍ରାସ କରେ । ଏହା କିଡନୀ ଷ୍ଟୋନର ଆକାର କମାଇବାରେ କାମ କରିବାରେ ସହାୟକ ହୋଇଥାଏ ।

 

 

 

 

Comments are closed.