Latest Odisha News

BREAKING NEWS

ମାତୃଭାଷାରେ ପଢୁନଥିବା ପିଲା ଭାଷା ଛେଉଣ୍ଡ ହୋଇଯିବେ: ମିନି କ୍ରିଷ୍ଣନ୍

ଭୁବନେଶ୍ୱର: ସ୍କୁଲରେ ପିଲାଙ୍କୁ ମାତୃଭାଷା ବିଷୟରେ ପାଠ ପଢ଼ାଇବା ଉଚିତ । ନଚେତ୍ ଏଥିରୁ ବଞ୍ଚିତ ପିଲା ଭାଷାରେ ଅନାଥ ହୋଇଯିବେ । ଯାହାକି ସେମାନଙ୍କ ପାଇଁ ଏକ ବିରାଟ କ୍ଷତି । ମାତୃଭାଷା ଶିକ୍ଷା ଉପରେ ଗୁରୁତ୍ୱ ଦେଇ ଏକଥା କହିଛନ୍ତି ବିଶିଷ୍ଟ ସ୍ତମ୍ଭକାର ତଥା ଅକ୍ସଫୋର୍ଡ ୟୁନିଭର୍ସିଟି ପ୍ରେସର ସମ୍ପାଦକ ମିନି କ୍ରିଷ୍ଣନ୍ । ବିଶିଷ୍ଟ ଲେଖକ, ଅନୁବାଦକ ତଥା ସମ୍ପାଦକ ଗଣେଶ୍ୱର ମିଶ୍ରଙ୍କ ଷଷ୍ଠ ଶ୍ରାଦ୍ଧବାର୍ଷିକୀ ଅବସରରେ ଆୟୋଜିତ ଅନଲାଇନ ଆଲୋଚନାଚକ୍ରରେ ଅଂଶଗ୍ରହଣ କରି ସେ ଏକଥା କହିଛନ୍ତି ।

ମିନି କ୍ରିଷ୍ଣନ୍ କହିଥିଲେ, ଏବେ ଏଭଳି କିଛି ବିଦ୍ୟାଳୟ ଅଛି ଯେଉଁଠାରେ ପିଲାମାନଙ୍କୁ ମାତୃଭାଷାରେ କଥାବାର୍ତ୍ତା କରିବାକୁ ମଧ୍ୟ ଅନୁମତି ଦିଆଯାଉ ନାହିଁ । ପିଲାମାନଙ୍କୁ ଇଂରାଜୀରେ ଶିକ୍ଷା ଦିଆଯାଏ । ଇଂରାଜୀରେ ସେମାନେ ଏତେ ଅଭିଭୂତ ହୋଇ ଯାଉଛନ୍ତି ଯେ ନିଜ ମାତୃଭାଷାରେ ଭଲ ଭାବରେ କଥାବାର୍ତ୍ତା ହୋଇ ପାରୁ ନାହାନ୍ତି । ଯାହା ଭାଷା ଛେଉଁଣ୍ଡ ।

ଭୁବନେଶ୍ୱର ସ୍ଥିତ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସତୀର୍ଥ ଏହି ଆଲୋଚନାଚକ୍ରର ଆୟୋଜନ କରିଥିଲା । ଗଣେଶ୍ୱର ମିଶ୍ରଙ୍କ ସ୍ମୃତିରେ ଏହି ଆଲୋଚନାଚକ୍ର ଆୟୋଜିତ ହୋଇଥିଲା । ଏହି ଅବସରରେ ଗଣେଶ୍ୱର ମିଶ୍ରଙ୍କ ଓଡ଼ିଆ ଉପନ୍ୟାସ ‘ଚିଠି ଜୋରିନା ପାଇଁ’ର ଇଂରାଜୀ ସଂସ୍କରଣ ପ୍ରଫେସର ହିମାଂଶୁ ମହାପାତ୍ର ଓ ପ୍ରଫେସର ପଲ୍ ସେଣ୍ଟ ପେରୀଙ୍କ ଦ୍ୱାରା ପ୍ରକାଶିତ ‘ଲେଟର ଟୁ ଜୋରିନା’ ଆନୁଷ୍ଠାନିକ ଭାବରେ ଉନ୍ମୋଚିତ ହୋଇଥିଲା ।

କ୍ରିଷ୍ଣନ୍ ୧୪ ଟି ଭାରତୀୟ ଭାଷାରୁ ଇଂରାଜୀରେ ଅନୁବାଦ ହୋଇଥିବା ୧୩୦ରୁ ଅଧିକ ପୁସ୍ତକ ସମ୍ପାଦନା କରିଛନ୍ତି । ସେ କହିଥିଲେ, ଅନୁବାଦ ଉଭୟ ପରିଚୟ ସୃଷ୍ଟି କରିଥାଏ ଏବଂ ପରିଚୟ ପ୍ରତି ବିପଦ ବି ସୃଷ୍ଟି କରିପାରେ । ଗଣେଶ୍ୱର ମିଶ୍ରଙ୍କ ସମ୍ପର୍କରେ କହିବା ବେଳେ ମୁନସୀ ପ୍ରେମଚାନ୍ଦଙ୍କ କିଛି ଉକ୍ତିକୁ ଆଧାର କରି କହିଥିଲେ । ମୁନସୀ ପ୍ରେମଚାନ୍ଦ କହିଥିଲେ, ସାହିତ୍ୟ ଜୀବନର ପଥକୁ ଆଲୋକିତ କରିଥାଏ ।

ସେହିପରି ନାନି ପାଲଖିଭାଲା କହିଛନ୍ତି ଯେ, ଆମର କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏକ ପ୍ରମୁଖ ଭୁଲ ହେଉଛି ପ୍ରାଚୀନ ସଂସ୍କୃତିରୁ ଲୋକଙ୍କୁ ସମ୍ପୂର୍ଣ୍ଣ ଅଲଗା କରିବା । ଗଣେଶ୍ୱର ମିଶ୍ର ତାଙ୍କ କାର୍ଯ୍ୟରେ ଏହି ଦୁଇଟି ବିଚାରଧାରାକୁ ଗୁରୁତ୍ୱ ଦେଇଥିଲେ । ସାହିତ୍ୟର ମହତ୍ତ୍ୱ ଓ ଐତିହ୍ୟର ପୁନରୁଦ୍ଧାର ପାଇଁ ଗଣେଶ୍ୱର ମିଶ୍ର ଏହି ବିଚାରଧାରା ସହ କାମ କରୁଥିଲେ ବି ମିନି କ୍ରିଷ୍ଣନ୍ କହିଛନ୍ତି ।ଡକ୍ଟର ସୁବାସ ପାଣି
ଏହି ଅବସରରେ ଜଣାଶୁଣା ଲେଖକ ତଥା ଓଡିଶାର ପୂର୍ବତନ ମୁଖ୍ୟ ସଚିବ ଡକ୍ଟର ସୁବାସ ପାଣି ଗଣେଶ୍ୱର ମିଶ୍ରଙ୍କ ସହ ତାଙ୍କର ଦୀର୍ଘ ଦିନର ବନ୍ଧୁତାକୁ ମନେ ପକାଇବା ସହ ତାଙ୍କ ଲେଖାରେ ମାଆ ମାଟିର ଗନ୍ଧ ରହିଥିଲା । ଅନୁବାଦ ଆନ୍ଦୋଳନରେ ସେ ନେଇଥିଲେ ପ୍ରମୁଖ ଭୂମିକା । ଅନୁବାଦକୁ ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ସାମିଲ କରିବାରେ ତାଙ୍କ ଅବଦାନକୁ କେହି ନେଇପାରିବେ ନାହିଁ ବୋଲି ଡକ୍ଚର ସୁବାସ ପାଣି କହିଥିଲେ ।ପ୍ରଫେସର ହିମାଂଶୁ ମହାପାତ୍ର
‘ଲେଟର୍ସ ଟୁ ଜୋରିନା’ର ସହ-ଅନୁବାଦକ ଭାବରେ ତାଙ୍କର ଅଭିଜ୍ଞତା ବାଣ୍ଟିଥିଲେ ପ୍ରଫେସର ହିମାଂଶୁ ମହାପାତ୍ର । ସେ କହିଥିଲେ, ଗଣେଶ୍ୱର ମିଶ୍ର ଜଣେ ଦ୍ୱୈତ ଲେଖକ ଥିଲେ । ଯିଏ ଓଡିଆ ଓ ଇଂରାଜୀରେ ଲେଖିଥିଲେ । ତାଙ୍କର ଲେଖାଗୁଡ଼ିକୁ ଦୁଇ ଭାଗରେ ବିଭକ୍ତ କରାଯାଇପାରେ: ଜଣେ ହୋମଗାର୍ଡ ତୀର୍ଥଯାତ୍ରୀ ଯିଏ ସବୁବେଳେ ମୂଳ ଖୋଜନ୍ତି । ଅନ୍ୟ ଜଣେ ହେଉଛନ୍ତି ବ୍ରହ୍ମଚାରୀ, ଯାତ୍ରୀ, ଅସ୍ଥିର ପଥଚାରୀ । ଯତୀନ୍ଦ୍ର କୁମାର ନାୟକ
କାର୍ଯ୍ୟକ୍ରମରେ ପ୍ରାରମ୍ଭିକ ଭାଷଣ ଦେଇ ପ୍ରଫେସର ଯତୀନ୍ଦ୍ର କୁମାର ନାୟକ କହିଥିଲେ, ସାହିତ୍ୟ ଓ ସଂସ୍କୃତିରେ ଗଣେଶ୍ୱର ମିଶ୍ରଙ୍କ ମହାନ ଅବଦାନ ଏକ ସମୃଦ୍ଧ ଉତ୍ତରାଧିକାରୀ ସୃଷ୍ଟି କରିଛି ଯାହା ଅନେକଙ୍କୁ ପ୍ରେରଣା ଯୋଗାଉଛି । ଧନ୍ୟବାଦ ପ୍ରସ୍ତାବ ଅର୍ପଣ କରିଥିଲେ ବିଶିଷ୍ଟ ଲେଖର ଡକ୍ଚର ବିରଜ ମୋହନ ଦାଶ।

ବିରଜ ମୋହନ ଦାଶ

Comments are closed.