ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକଡାଉନ୍ ୪.୦ର ଶେଷ ଦିନରେ ତଥା ରବିବାର ଦିନ ୧୧ଟା ସମୟରେ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ।
‘ମନ କି ବାତ’ର ୬୪ ତମ ଏପିସୋଡରେ ପ୍ରଧାନମନ୍ତ୍ରୀ କୋଭିଡ-୧୯ କାରଣରୁ ଦେଶରେ ଚାଲିଥିବା ପରିସ୍ଥିତି ଉପରେ ଧ୍ୟାନ ଦେଇଥିଲେ ଏବଂ ଲକଡାଉନ ସମୟରେ ଗରିବ, ପ୍ରବାସୀ ତଥା ଅଭାବୀ ଲୋକଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ।
ତେବେ ଗତ ଏପ୍ରିଲ୍ ୨୬ରେ ମୋଦି ତାଙ୍କ ସମ୍ବୋଧନ ସମୟରେ କରୋନାଭାଇରସ୍ ସହିତ ମିଳିମିଶି ଲଢିବା ସହ ମାସ୍କ ପିନ୍ଧିବା ଏବଂ ସାଧାରଣ ସ୍ୱଚ୍ଛତା ଭଳି ଅଭ୍ୟାସ ଉପରେ ଗୁରୁତ୍ୱାରୋପ କରିଥିଲେ।