Latest Odisha News

ନୀଳ ରଙ୍ଗର ଅକ୍ଟୋପାସ ଦେଖିବାକୁ ସୁନ୍ଦର, କିନ୍ତୁ ମିନିଟ୍‌ରେ ନେଇପାରେ ଜୀବନ

ସିଡ଼ିନ୍ : ସମୁଦ୍ର ଭିତରେ ବିଭିନ୍ନ ପ୍ରକାର ଜୀବ ଅଛନ୍ତି, ଯାହା ଆମକୁ ଅଜଣା । ଖାସ୍‌କରି ସେମାନଙ୍କ ସହିତ ଜଡିତ ବିପଦ ବିଷୟରେ ଆମେ କିଛି ଜାଣି ନଥାନ୍ତି । ଏମିତି ଏକ ଜୀବ ବିଷୟରେ କହିବାକୁ ଯାଉଛୁ, ଯାହା ଜଣେ ସୁସ୍ଥ ବ୍ୟକ୍ତିଙ୍କୁ କିଛି ମିନିଟ୍ ମଧ୍ୟରେ ମାରିଦେଇପାରେ ।

ଅଷ୍ଟ୍ରେଲିଆର ଜେସି ଡ଼ୋନିସନ୍ ନାମକ ଜଣେ ବ୍ୟକ୍ତି ନିଜ କୁକୁରକୁ ବୁଲାଇବାକୁ ବ୍ଲାକ୍ୱାଟଲ ବିଚ୍‌କୁ ନେଇଥିଲେ । ବିଚ୍‌ରେ ଜେସି ଓ ତାଙ୍କ କୁକୁର ସମୁଦ୍ରରେ ବହୁତ ସମୟ ଖେଳିବାକୁ ଲାଗିଲେ । ସମୁଦ୍ର ଲହଡ଼ିରେ ଗୋଟେ ଖେଳଣା ଭାସୁଥିବା ଦେଖି କୁକୁର ପାଟିରେ ଉଠାଇ ଆଣିଲା । ସେ ଭିତରୁ କିଛି ବାହାରୁଥିବାର ଦେଖି କୁକୁର ଭୟଭୀତ ହୋଇଗଲା । ସେହି ସମୟରେ, ଡୋନିସନ ନିଜେ ଦେଖିଲେ ଯେ ଖେଳଣା ଭିତରୁ ନୀଳ ରଙ୍ଗର ଏକ ଅକ୍ଟୋପାସ୍ ବାହାରକୁ ଆସୁଛି । ଏହା ସବୁଠାରୁ ବିଷାକ୍ତ ସମୁଦ୍ର ପ୍ରାଣୀମାନଙ୍କ ମଧ୍ୟରୁ ଅନ୍ୟତମ, ଯାହା ମଣିଷକୁ କିଛି ମିନିଟରେ ମାରି ଦେଇପାରେ । ଏହା ଭଲ ଥିଲା ଯେ ଜେସି ଏହା ବିଷୟରେ ପୂର୍ବରୁ ଜାଣିଥିଲେ ଏବଂ ସଙ୍ଗେ ସଙ୍ଗେ ତାକୁ ସମୁଦ୍ର ଭିତରକୁ ଫିଙ୍ଗି ଦେଇଥିଲେ ।

ଜେସି କହିଛନ୍ତି ଯେ, ଏହି ସାମୁଦ୍ରିକ କୀଟ ଶରୀରରେ ନୀଳ ରଙ୍ଗର ରିଙ୍ଗ ପରି ରହିଥାଏ । ଯଦି ଏହା କାହାକୁ କାମୁଡ଼େ, କୌଣସି ଯନ୍ତ୍ରଣା ହୁଏ ନାହିଁ । କାରଣ ଏହା ବହୁତ ଛୋଟ । କିନ୍ତୁଏହାର ବିଷ କିଛି ମିନିଟ୍‌ରେ ବହୁ ଲୋକଙ୍କୁ ମାରିଦେଇପାରେ । ଖାସ୍‌କରି ପକ୍ଷାଘାତ, ହୃଦଘାତ, ଅନ୍ଧ କିମ୍ବା ଶ୍ୱାସକ୍ରିୟା ପରି ରୋଗ ଦେଖାଦେଇଥାଏ ।

Comments are closed.