ଭୁବନେଶ୍ୱର: ଦିନକୁ ଦିନ ମୋବାଇଲର ଚାହିଦା ବଢିବଢି ଚାଲିଛି। ବର୍ତମାନ କୁନି ପିଲାଠାରୁ ଆରମ୍ଭ କରି ବୟସ୍କ ସମସ୍ତଙ୍କ ହାତରେ ମୋବାଇଲ ରହୁଛି । କାହା କାହା ହାତରେ ୨ଟି ମୋବାଇଲ ରହିଥିବା ମଧ୍ୟ ଦେଖିବାକୁ ମିଳୁଛି। ଭାରତୀୟ ଦୂରସଂଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାଯାଇଛି ଯେ ଚଳିତବର୍ଷ ଜାନୁଆରି ମାସରେ ଓଡ଼ିଶାର ମୋଟ ମୋବାଇଲ୍ ଫୋନ୍ ଗ୍ରାହକଙ୍କ ସଂଖ୍ୟା ୩.୭୫ କୋଟି ଟପିଛି। ଜାନୁଆରି ମାସରେ ୨,୫୬,୦୩୩ ଜଣ ଗ୍ରାହକ ଯୋଡ଼ି ହେବା ଫଳରେ ମୋଟ ଗ୍ରାହକଙ୍କ ସଂଖ୍ୟା ୩,୭୫,୧୮,୩୩୧ରେ ପହଞ୍ଚିଛି।
ରାଜ୍ୟରେ ବର୍ତ୍ତମାନ ରାଷ୍ଟ୍ରାୟତ୍ତ କମ୍ପାନି ବିଏସ୍ଏନ୍ଏଲ୍ ସମେତ ମୋଟ ୪ଟି କମ୍ପାନି ମୋବାଇଲ୍ ଫୋନ୍ ସେବା ଯୋଗାଉଛନ୍ତି। ସେମାନଙ୍କ ମଧ୍ୟରୁ ରିଲାଏନ୍ସ ଜିଓର ଗ୍ରାହକ ଜାନୁଆରିରେ ସର୍ବାଧିକ ୧,୫୭,୩୦୨ ବଢ଼ିଥିବାବେଳେ ଏୟାରଟେଲ୍ର ୧,୦୭,୩୧୦ ଗ୍ରାହକ ବଢ଼ିଛନ୍ତି । ଅନ୍ୟପକ୍ଷରେ ଜାନୁଆରିରେ ଭୋଡାଫୋନ ଆଇଡିଆ ଏବଂ ବିଏସ୍ଏନ୍ଏଲ୍ର ଗ୍ରାହକ କମିଛନ୍ତି। ବିଏସ୍ଏନ୍ଏଲ୍ର ମୋବାଇଲ୍ ଫୋନ୍ ଗ୍ରାହକ ସଂଖ୍ୟା ୫୧୭୧ ହ୍ରାସ ପାଇ ୫୫, ୧୩, ୧୮୩ରେ ଏବଂ ଭୋଡାଫୋନ୍ ଆଇଡିଆର ଗ୍ରାହକ ସଂଖ୍ୟା ୩୪୦୮ ହ୍ରାସ ପାଇ ୧୪,୮୬,୫୭୯ରେ ରହିଛି।
ସୂଚନା ଅନୁସାରେ, ଜାନୁଆରିରେ ଦେଶର ୨୨ଟି ସର୍କଲ ମଧ୍ୟରୁ କୋଲକାତାକୁ ଛାଡ଼ିଲେ ଅନ୍ୟ ସବୁ ସର୍କଲରେ ମୋବାଇଲ୍ ଫୋନ୍ ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଜମ୍ମୁ କାଶ୍ମୀର ସର୍କଲରେ ସର୍ବାଧିକ ୧.୦୯ ପ୍ରତିଶତ ବୃଦ୍ଧି ଘଟିଛି । ଓଡ଼ିଶା ଏ କ୍ଷେତ୍ରରେ ଷଷ୍ଠ ସ୍ଥାନରେ ରହିଛି ।
ଦେଶରେ ମୋଟ ଟେଲିଫୋନ୍ ସାନ୍ଦ୍ରତା ଜାନୁଆରି ମାସ ଶେଷ ସୁଦ୍ଧା ୯୨.୨୨ ପ୍ରତିଶତ ରହିଛି। ଅର୍ଥାତ୍ ପ୍ରତି ୧୦୦ ଜଣରେ ୯୨.୨୨ ଜଣ ମୋବାଇଲ ଫୋନ୍ ବ୍ୟବହାର କରୁଛନ୍ତି। କିନ୍ତୁ ଜାତୀୟ ହାର ତୁଳନାରେ ୯ଟି ରାଜ୍ୟର ଟେଲିଫୋନ୍ ସାନ୍ଦ୍ରତା କମ୍ ରହିଛି। ସେଥିରେ ଓଡ଼ିଶା ଅନ୍ୟତମ । ଓଡ଼ିଶାରେ ଟେଲିଫୋନ ସାନ୍ଦ୍ରତା ୮୨.୧୧ ପ୍ରତିଶତ ରହିଛି। ଏ କ୍ଷେତ୍ରରେ ସବାତଳେ ବିହାର ରହିଛି। ଏଥିସହିତ ଜାନୁଆରିରେ ଓଡ଼ିଶାରେ ମୋବାଇଲ୍ ନମ୍ବର ପୋଟିଂ ପାଇଁ ୨.୫ ଲକ୍ଷ ଆବେଦନ ହୋଇଛି। ଡିସେମ୍ବରରେ ମଧ୍ୟ ୨.୫ ଲକ୍ଷ ଗ୍ରାହକ ଏଥିପାଇଁ ଆବେଦନ କରିଥିଲେ ବୋଲି ଟ୍ରାଇ ତଥ୍ୟରୁ ଜଣାଯାଇଛି।
BREAKING NEWS
- ବିଜେପି ନେତାଙ୍କୁ ପ୍ରାଣାନ୍ତକ ଆକ୍ରମଣ; ଡାକ୍ତରଖାନାରେ ଭର୍ତ୍ତି
- Odisha Vigilance:୩୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଓ ତାଙ୍କ ସହଯୋଗୀ
- ସମ୍ ହସ୍ପିଟାଲରେ ନୂତନ ହୃଦ୍ ଚିକିତ୍ସା: ଟିଏଭିଆର୍ ପଦ୍ଧତିରେ ୭୧ ବର୍ଷୀୟା ମହିଳାଙ୍କୁ ମିଳିଲା ନୂଆ ଜୀବନ
- Asian Games 2026:ଜାଭେଲିନ୍ ଥ୍ରୋ’ରେ ଭାରତର ଚମତ୍କାର ପ୍ରଦର୍ଶନ: ଯଶ୍ବୀରଙ୍କୁ ରୌପ୍ୟ ଓ ରୋହିତଙ୍କୁ ବ୍ରୋଞ୍ଜ
- ସରିଲା ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା
- ତାମିଲନାଡୁରେ ‘ଥାଇମାମନ ଥଙ୍ଗା ମୋତିରମ ଥିଟ୍ଟମ’ ଶୁଭାରମ୍ଭ: ନବଜାତ ଶିଶୁଙ୍କୁ ମିଳିବ ୧ ଗ୍ରାମର ସୁନା ମୁଦି
- MMDR ବିଲ୍କୁ ନେଇ ତେଜିଲା ରାଜନୀତି; ବିଜେଡିକୁ ବିଜେପିର କଡ଼ା ଜବାବ
- Influencer Nidhi Tiwari Suicide: କ’ଣ ଥିଲା ଶେଷ କଥା ?
- Delhi Air Pollution: ନଭେମ୍ବରରୁ ଅଫିସରେ କମିବେ ଲୋକ, ବଢିବ ପାର୍କିଂ ଫି
- ଅପମିଶ୍ରିତ ପନିର କାରବାର;୧୧ ଜଣଙ୍କ ନାଁ ରେ ଏତଲା ଦେଲା KMC

Comments are closed.