ଇସଲାମବାଦ: ତାଲିବାନ ହାତରେ ଆଫଗାନିସ୍ତାନକୁ ଟେକି ଦେଇ ଆମେରିକା ତାର ରାସ୍ତା ଦେଖିଛି । ଏହା ମଧ୍ୟରେ ଏବେ ଏକ ଚାଂଚଲ୍ୟକର ବୟାନ ଆସିଛି । ପାକିସ୍ତାନ ଜଣେ ସାମ୍ବାଦିକ ଦୃଢ଼ତା ସହାକାରେ କହିଛନ୍ତି ଓସାମା ବିନ ଲାଡେନଙ୍କୁ ଆମେରିକା ମାରି ନାହିଁ । ଦୁନିଆ ଆଖିରେ ଧୂଳି ପକାଇବା ପାଇଁ ଲାଡେନଙ୍କୁ ମରାଯିବାର ନାଟକ କରାଯାଇଥିଲା । ଅପରେଶନ ନେପଚ୍ୟୁନ ଅନୁସାରେ ପ୍ରତ୍ୟକ୍ଷଦର୍ଶୀ ଏବଂ ସାମ୍ବାଦିକଙ୍କ ଅନୁସାରେ ଲାଡେନଙ୍କ ମରିବାର କୌଣସି ପ୍ରମାଣ ନ ଥିଲା । ଘଟଣା ଦିନ ଲାଡେନ ସେହି ଘରେ ନ ଥିଲା ।
ଆନ୍ତର୍ଜାତୀୟ ସମୁଦାୟ ନିକଟରେ ନିଜ ସ୍ଥିତି ବଂଚାଇ ରଖିବା ପାଇଁ ଆମେରିକା ଏହା ମିଛ ନାଟକ କରିଥିଲା । ସେହିପରି ସମୁଦ୍ରରେ ଲାଡେନଙ୍କ ଶବ ଫିଙ୍ଗିବା ସମ୍ପୂର୍ଣ୍ଣ ଭାବେ ପିଲାଳିଆମି ବୋଲି ଉକ୍ତ ସାମ୍ବାଦିକଣକ କହିଛନ୍ତି । ୨୦୧୦ରେ ସିଆଇଏ ପାକିସ୍ତାନର ଆବେଟବାଦରେ ଲାଡେନଙ୍କୁ ମାରିଥିଲା ।
Comments are closed.