Latest Odisha News

କାହିଁକି ୩୦ ଅଧିକାରୀଙ୍କୁ ଫାଶୀ ଦଣ୍ଡାଦେଶ ଦେଲେ କିମ୍? 

ପୋଙ୍ଗୟାଙ୍ଗ: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ କ୍ରୁରତାର ପାଇଁ ସାରା ବିଶ୍ୱରେ ଚର୍ଚ୍ଚିତ। ଏପରି ଏକ ମାମଲାରେ ନଜରକୁ ଆସିଛି। ସେ ନିକଟରେ ୩୦ ସରକାରୀ କର୍ମଚାରୀଙ୍କୁ ଏକାଠି ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। କାରଣ ଏହି କର୍ମଚାରୀମାନେ ବନ୍ୟା ସ୍ଥିତିରୁ ଜନତାଙ୍କୁ ରକ୍ଷା କରିବାରେ ବିଫଳ ହୋଇଥିଲେ।

ସୂଚନା ଅନୁଯାୟୀ, ଉତ୍ତର କୋରିଆର ଚାଗଙ୍ଗ ପ୍ରଦେଶରେ ଜୁଲାଇ ମାସରେ ପ୍ରବଳ ବର୍ଷା ହୋଇଥିଲା। ଫଳସ୍ୱରୂପ ସେଠାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ବିପର୍ଯ୍ୟୟରେ ୪ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଲେ ଏବଂ ହଜାର ହଜାର ଲୋକ ଭୂମିହୀନ ମଧ୍ଯ ହୋଇଯାଇଛନ୍ତି।

ଦକ୍ଷିଣ କୋରିଆର ଚୋସୁନ୍ ଟିଭି ଉତ୍ତର କୋରିଆର ଜଣେ ଅଧିକାରୀଙ୍କ ଅନୁସାରେ କହିଛି ଯେ ବନ୍ୟା ପରିସ୍ଥିତି ଯୋଗୁଁ ଧନଜୀବନ ନଷ୍ଟ ପାଇଁ କିମ ଜୋଙ୍ଗ ଉନ୍ ସରକାରୀ କର୍ମଚାରୀଙ୍କୁ ଦାୟୀ କରିଛନ୍ତି।

Comments are closed.