ୱାଶିଂଟନ: କରୋନା ମହାମାରୀକୁ ରୋକିବା ପାଇଁ ଉତରକୋରିଆର ଏକଚ୍ଛତ୍ରବାଦ ଶାସକ କିମ୍ ଜୋଙ୍ଗ ଅଜବ ନିର୍ଦ୍ଦେଶ ଦେଇଛନ୍ତି । ଚୀନ ପଟୁ ଯିଏ ଆସୁଛି ତାକୁ ଗୁଳି କର ବୋଲି ସେ ତାଙ୍କ ସୈନ୍ୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଦକ୍ଷିଣ କୋରିଆରେ ନିୟୋଜିତ ଆମେରିକାର ଜଣେ କମାଣ୍ଡର ଏହା କହିଛନ୍ତି । ମହାମାରୀର ମୁକାବିଲା ପାଇଁ ଉତରକୋରିଆ ପାଖରେ ଉତମ ସ୍ୱାସ୍ଥ୍ୟବସ୍ଥା ନାହିଁ । ଏହାକୁ ଲୁଚାଇବା ପାଇଁ ସେ ଏହି କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି ।
ଚୀନ ସହ ଉତରକୋରିଆର ଭଲ ସମ୍ପର୍କ ଥିଲେ ମଧ୍ୟ କରୋନା ଯୋଗୁ ଜାନୁୟାରୀଠାରୁ ସୀମା ସିଲ୍ କରାଯାଇଛି । ଦେଶର ଆର୍ଥୀକ ବ୍ୟବସ୍ଥା ଭାଙ୍ଗି ପଡିଥିବାରୁ କିମ ଜୋଙ୍ଗ ଏବେ ପ୍ରାୟ ପାଗଳଙ୍କ ପରି ହେଉଛନ୍ତି ବୋଲି ଉପରୋକ୍ତ କମାଣ୍ଡରଜଣଙ୍କ କହିଛନ୍ତି ।
Comments are closed.