Latest Odisha News

୫ ମାସ ପରେ ସାମ୍ନାକୁ ଆସିଲେ କିମ ଜୋଙ୍ଗଙ୍କ ପତ୍ନୀ

ନୂଆଦିଲ୍ଲୀ: ଉତର କୋରିଆର ଏକଚ୍ଛତ୍ରବାଦ ଶାସକ କିମ ଜୋଙ୍ଗଙ୍କ ପତ୍ନୀ ରି ସୋଲ ଜୁ ଦୀର୍ଘ ୬ ମାସ ପରେ ସାମ୍ନାକୁ ଆସିଛନ୍ତି । ହଠାତ ସେ ଗାୟବ ହୋଇଯାଇଥିବା ନେଇ ବିଭିନ୍ନ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା । ଏପରିକି ତାଙ୍କୁ ହତ୍ୟା କରାଯାଇଥିବା ନେଇ ଆଶଙ୍କା ବ୍ୟକ୍ତ କରାଯାଇଥିଲା । ଶେଷ ଥର ୨୦୨୧ ସେପ୍ଟେମ୍ବରରେ କିମ ଜୋଙ୍ଗ ଏବଂ ତାଙ୍କ ପତ୍ନୀଙ୍କୁ ଏକତ୍ର ଦେଖିବାକୁ ମିଳିଥିଲା ।

ଦକ୍ଷିଣ କୋରିଆର ଜନୈକ ଅଧିକାରୀଙ୍କ ମତରେ ରି ସୋଲ ଏବଂ ତାଙ୍କ ୩ଜଣ ସନ୍ତାନ କରୋନା ସଂକ୍ରମିତ ହୋଇଥିବାରୁ ସମ୍ମୁଖକୁ ଆସୁ ନ ଥିଲେ । ଏହା ବ୍ୟତୀତ ସେ ପ୍ରଥମରୁ ଲୋ ପ୍ରୋଫାଇଲ ଜୀବନ ଅତିବାହିତ କରୁଥିଲେ । ଉଭୟଙ୍କ ବିବାହ ୨୦୦୯ ଜୁନରେ ହୋଇଥିଲା । ୨୦୧୨ରେ ତାଙ୍କ ଉତର କୋରିଆର ପ୍ରଥମ ମହିଳା ମାନ୍ୟତା ମିଳିଥିଲା । ବିବାହ ପୂର୍ବରୁ ସେ ଏକ ଅର୍କେଷ୍ଟାରେ ଗାୟିକା ଭାବେ କାର୍ଯ୍ୟ କରୁଥିଲେ ।

Comments are closed.