Latest Odisha News

BREAKING NEWS

ହସ୍ପିଟାଲରେ କମେଡିଆନ୍ ସୁନୀଲ ଗ୍ରୋଭର, ସରିଲା ହାର୍ଟ ସର୍ଜରୀ !

ମୁମ୍ବାଇ: ଟିଭି ତଥା ଫିଲ୍ମ ଦୁନିଆର ଜଣାଶୁଣା ହାସ୍ୟ ଅଭିନେତା ସୁନୀଲ ଗ୍ରୋଭର୍ । ଗୁତ୍‌ଥୀ, ରିଙ୍କୁ ଭାବି ଓ ଡାକ୍ତର ମଶହୁର ଗୁଲାଟୀ ଭଳି କିର୍ଦାର ପାଇଁ ଏହି ଅଭିନେତା ଜଣକ ବେଶ ପରିଚିତ । ନିକଟରେ ମୁମ୍ବାଇରେ ଏକ ହସ୍ପିଟାଲରେ ସୁନୀଲଙ୍କର ହାର୍ଟ ସର୍ଜରୀ ସରିଥିଲା ସୂଚନା ମିଳିଛି ।

ବଲିଉଡ ହଙ୍ଗାମା ରିପୋର୍ଟ ଅନୁଯାୟୀ ମୁମ୍ବାଇର ଏସିଆନ୍ ହାର୍ଟ ଇନଷ୍ଟିଚ୍ୟୁଟ୍‌ରେ ସୁନୀଲ ଗ୍ରୋଭର ଭର୍ତ୍ତି ଅଛନ୍ତି । ନିକଟରେ ତାଙ୍କର ହାର୍ଟ ସର୍ଜରୀ ସରିଥିଲାବେଳେ ସେ ଦ୍ରୁତଗତିରେ ଆରୋଗ୍ୟ ଲାଭ କରୁଥିବା ଡାକ୍ତରୀ ଦଳ ପ୍ରକାଶ କରିଛନ୍ତି । ଏହି ଖବର ସୁନୀଲଙ୍କ ଅଗଣିତ ଫ୍ୟାନଙ୍କୁ ଚିନ୍ତାରେ ପକାଇଛି ।

ପ୍ରଫେସନ ମାମଲାରେ ସୁନୀଲ ନିକଟରେ ସିମ୍‌ଲା ନାମକ ଏକ ୱେବ୍ ସିରିଜର ସୁଟିଂରେ ବ୍ୟସ୍ତ ଥିଲେ । ତେବେ ସୁସ୍ଥ ହେବା ପରେ ସେ ଖୁବଶୀଘ୍ର ସୁଟିଂ ଆରମ୍ଭ କରିବେ ବୋଲି ଜଣାପଡିଛି ।

Comments are closed, but trackbacks and pingbacks are open.