Latest Odisha News

BREAKING NEWS

ବନ୍ଧ୍ୟାତ୍ୱ ନିରାକରଣ ଦିଗରେ ‘କିମ୍‌ସ-ସିଆରଏମ’ ସଫଳତା ହାର ୬୦ ପ୍ରତିଶତ

ଭୁବନେଶ୍ୱର: ଓଡ଼ିଶାରେ କିମ୍‍ସର ସେଣ୍ଟର ଫର୍ ରିପ୍ରଡକ୍ଟିଭ୍ ମେଡିସିନ୍ (ସିଆରଏମ୍‌) ୬୦ ପ୍ରତିଶତ ସଫଳତା ହାସଲ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । କିମ୍‍ସରେ ବିଶ୍ୱ ଆଇଭିଏଫ୍ ଦିବସ ପାଳନ ଅବସରରେ କିମ୍‍ସ ସିଆମଏମ୍‌ର ମୁଖ୍ୟ ପରାମର୍ଶଦାତା ଡା. ମୌସୁମୀ ଆଚାର୍ଯ୍ୟ ଏହି ସୂଚନା ଦେଇଛନ୍ତି । ଡା. ଆଚାର୍ଯ୍ୟ କହିଲେ, କିମ୍‌ସ ଦ୍ୱାରା ପ୍ରଦାନ କରାଯାଉଥିବା ଉନ୍ନତ ଏବଂ ଗୁଣାତ୍ମକ ସେବା ଯୋଗୁଁ ଏହି ଚିକିତ୍ସା ପାଇଁ କିମ୍‍ସ ଲୋକଙ୍କ ପସନ୍ଦର କେନ୍ଦ୍ର ହୋଇପାରିଛି ।

କିମ୍‍ସ ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗ ଅଧୀନରେ ଥିବା ସୁପର ସ୍ପେଶାଲିଟି ଶାଖା କିମ୍‌ସ-ସିଆରଏମ ୨୦୧୭ମସିହାରୁ ଆରମ୍ଭ ହେବା ପରଠାରୁ ବନ୍ଧ୍ୟାତ୍ୱ ନିରାକରଣ ଦିଗରେ ୧୦ ହଜାରରୁ ଅଧିକ ରୋଗୀଙ୍କୁ ଚିକିତ୍ସା କରିସାରିଛି । କିମ୍‌ସର ସିଆରଏମରେ ଅଭିଜ୍ଞ ଡାକ୍ତର, ଭ୍ରୂଣବିଜ୍ଞାନୀ, ଟେକ୍ନିସିଆନ, ନର୍ସିଂ ଏବଂ ସହାୟକ କର୍ମଚାରୀ ଅଛନ୍ତି । ଏଠାରେ ଚିକିତ୍ସିତ ହୋଇ ସଫଳତା ପାଇଥିବା ଦମ୍ପତିଙ୍କ ସଂଖ୍ୟା ଅନ୍ୟ କେନ୍ଦ୍ର ତୁଳନାରେ ଅଧିକ ।

ବର୍ଷ ବର୍ଷ ଧରି ଲୋକଙ୍କ ମଧ୍ୟରେ ବିଶ୍ୱାସର ସେତୁ ନିର୍ମାଣ କରି ଏହି କେନ୍ଦ୍ର ଆଜି ଲୋକଙ୍କ ନିକଟତର ହୋଇପାରିଛି ବୋଲି ଡା. ଆଚାର୍ଯ୍ୟ କହିଥିଲେ । ସମଗ୍ର ବିଶ୍ୱରେ ଆଇଭିଏଫ୍ ପ୍ରକ୍ରିୟାରେ ସଫଳତା ହାର ହାରାହାରି ୪୫ରୁ-୫୦ ପ୍ରତିଶତ ଦେଖିବାକୁ ମିଳିଥିବା ବେଳେ କିମ୍‍ସ ସିଆରଏମ୍ କେନ୍ଦ୍ର ଏହି ସଫଳତାରେ ଯଥେଷ୍ଟ ଆଗରେ ଅଛି । ବନ୍ଧ୍ୟାତ୍ୱ ଏକ ରୋଗ ନୁହେଁ, ଠିକ୍ ସମୟରେ ଉପଯୁକ୍ତ ଚିକିତ୍ସା ହୋଇପାରିଲେ ସଫଳତା ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଡା. ଆଚର୍ଯ୍ୟ କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିମ୍‌ସ ମେଡିକାଲ୍‍ କଲେଜ ଅଧ୍ୟକ୍ଷ ପ୍ରଫେସର ଅମ୍ବିକା ପ୍ରସାଦ ମହାନ୍ତି, ଉପାଧ୍ୟକ୍ଷ ପ୍ରଫେସର ଶୁଭ୍ରାଂଶୁ ପାତ୍ର, ଅତିରିକ୍ତ ମେଡିକାଲ ଅଧୀକ୍ଷକ ପ୍ରଫେସର କବିକାନ୍ତ ସାମନ୍ତରାୟ, ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗ ବିଭାଗୀୟ ମୁଖ୍ୟ ପ୍ରଫେସର ଡା. ଜ୍ୟୋତ୍ସ୍ନାମୟୀ ପଣ୍ଡା, ପ୍ରଫେସର ଡ.ଏସ୍‌.କେ ରଥଙ୍କ ସମେତ ଅନ୍ୟ ବିଭାଗର ଅଧ୍ୟାପକ ଓ  ନର୍ସିଂ ଷ୍ଟାଫ୍ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ କିମ୍‍ସ ସିଆରଏମ୍ କେନ୍ଦ୍ର ଦ୍ୱାରା ଉପକୃତ ମାଆମାନେ ସେମାନଙ୍କ ପିଲାଙ୍କ ସହ ଏହି କେନ୍ଦ୍ର ପରିଦର୍ଶନ କରିଥିଲେ ।

Leave A Reply

Your email address will not be published.