Latest Odisha News

BREAKING NEWS

ବୁମରାହଙ୍କ ଦଳକୁ ପ୍ରତ୍ୟାବର୍ତନ ନେଇ ମୁହଁ ଖୋଲିଲେ ରୋହିତ

ନୂଆଦିଲ୍ଲୀ: ଭାରତର ଷ୍ଟାର ପେସ ବୋଲର ଯଶପ୍ରୀତ ବୁମରାହ ଦଳକୁ ଖୁବ ଶୀଘ୍ର ଫେରିବେ ବୋଲି ରିପୋର୍ଟ ପ୍ରକାଶ ପାଇଛି । ଏପରିକି ଆୟର୍ଲାଣ୍ଡ ଗସ୍ତରେ ସେ ଚୂଡାନ୍ତ ଦଳରେ ସ୍ଥାନ ପାଇବେ ବୋଲି ଉଲ୍ଲେଖ କରାଯାଇଛି । ବୁମରାହ ଏବେ ବାଙ୍ଗାଲୋରରେ ଥିବା ନ୍ୟାଶନାଲ କ୍ରିକେଟ ଏକାଡେମୀରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ଦ୍ରୁତ ଆରୋଗ୍ୟ ନେଇ ଡାକ୍ତରମାନେ ସନ୍ତୋଷ ବ୍ୟକ୍ତ କରିଛନ୍ତି । ତେବେ ରୋହିତ ଆଗାମୀ ଆୟର୍ଲାଣ୍ଡ ଗସ୍ତରେ ବୁମରାହଙ୍କ ଫେରିବା ଖବରକୁ ଏକପ୍ରକାର ଖଣ୍ଡନ କରିଛନ୍ତି । ସେ ଏକ ଗୁରୁତର ଆଘାତ ସମସ୍ୟାରୁ ମୁକୁଳିଛନ୍ତି । ଆପଣମାନେ ଧୈର୍ଯ୍ୟ ଧରନ୍ତୁ, ସେ ଖୁବ ଶୀଘ୍ର ଜାତୀୟ ଦଳ ପକ୍ଷରୁ ଖେଳିବେ । ତେବେ ସେ ଆୟର୍ଲାଣ୍ଡ ବିପକ୍ଷ ସିରିଜରେ ଖେଳିବେ ବୋଲି ମୁଁ ନିଶ୍ଚିତ ନୁହେଁ । ଏଥିନେଇ କୌଣସି ପ୍ରକାର ଆଲୋଚନା ମଧ୍ୟ ହୋଇ ନାହିଁ ।

ସେ ପ୍ରାୟ ୧୦ ମାସ ଧରି ଦଳରୁ ବାହାରେ ରହିଛନ୍ତି । ବୁମରାହ ଜଣେ ଅଭିଜ୍ଞ ବୋଲର ହୋଇଥିବାରୁ ଦିନିକିଆ ବିଶ୍ୱକପ ପୂର୍ବରୁ ଖେଳିବା ନେଇ ପ୍ରଶଂସକମାନେ ଆଶାୟୀ ହୋଇ ପଡିଛନ୍ତି । ଏନସିଏରେ ବୁମରାହ ଏବେ ବୋଲିଂ ଅଭ୍ୟାସ ଆରମ୍ଭ କରି ଦେଇଛନ୍ତି । ରୋହିତଙ୍କ ଉପରୋକ୍ତ ବୟାନ ପରେ ତାଙ୍କର ଆୟର୍ଲାଣ୍ଡ ବିପକ୍ଷ ସିରିଜ ଖେଳିବା ନେଇ ହେଉଥିବା ଆଲୋଚନାରେ ବିରାମ ଲାଗିଛି ।

Leave A Reply

Your email address will not be published.