Latest Odisha News

BREAKING NEWS

୩ ମାସ ଶିଶୁର ରେଟିନା ଅସ୍ତ୍ରୋପଚାର କଲେ କିମ୍‍ସ ଡାକ୍ତର

ଭୁବନେଶ୍ୱର: ଜଣେ ୩ ମାସର ଶିଶୁଠାରେ ସଫଳ ରେଟିନା ଅସ୍ତ୍ରୋପଚାର କରି କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ୍ (କିମ୍‌ସ) ଡାକ୍ତର ପ୍ରଶଂସା ସାଉଣ୍ଟିଛନ୍ତି । କିମ୍‌ସ ଶିଶୁରୋଗ ବିଭାଗରେ ଭର୍ତ୍ତି ହୋଇଥିବା ଜଣେ ୩ ମାସର ଶିଶୁଠାରେ ଦୃଷ୍ଟିଶକ୍ତି ଉପରେ ସନ୍ଦେହ ହେବାରୁ ଶିଶୁଟିର ରେଟିନା ସ୍କ୍ରିନିଂ କରାଇବା ପାଇଁ ଡାକ୍ତର ପରମର୍ଶ ଦେଇଥିଲେ ।

ସ୍କ୍ରିନିଂରେ ଶିଶୁର ଦୃଷ୍ଟିଶକ୍ତିରେ ଆବଶ୍ୟକତା ଅନୁସାରେ ଉନ୍ନତି ଘଟୁ ନ ଥିବାରୁ ଶିଶୁଟି ଦେଖିବାକୁ ସମ୍ପୂର୍ଣ୍ଣ ଅସମର୍ଥ ବୋଲି ଡାକ୍ତରମାନେ ଜାଣିବାକୁ ପାଇଥିଲେ । ଚକ୍ଷୁ ଚିକିତ୍ସା ବିଭାଗର ରେଟିନା ସଜର୍ନ ଡା. ମନ୍ମଥ କୁମାର ଦାସଙ୍କ ପ୍ରୟାସ କ୍ରମେ ଶିଶୁକୁ ଲେଜର ପ୍ରଣାଳୀରେ ଚିକିତ୍ସା କରାଯାଇଥିଲା ଓ ପରେ ଡା. ଦାସ ଶିଶୁର ବାମ ଆଖିରେ ଅସ୍ତ୍ରୋପଚାର କରିଥିଲେ । ଶିଶୁର ବୟସ ମାତ୍ର ୩ ମାସ ହୋଇଥିବାରୁ ଏଭଳି ଅସ୍ତ୍ରୋପଚାର ଯଥେଷ୍ଟ ଜଟିଳ ଓ ଚ୍ୟାଲେଞ୍ଜପୂର୍ଣ୍ଣ ଥିଲା ।

ତେବେ ଡା. ଦାସଙ୍କ ନେତୃତ୍ୱରେ କିମ୍‍ସ ଶିଶୁ ରୋଗ ବିଭାଗର ଡା. ସନ୍ତୋଷ ପଣ୍ଡା, ଡ. ଶାଶ୍ୱତୀ ଦାସଙ୍କୁ ନେଇ ୫ ଜଣିଆ ଡାକ୍ତରୀ ଦଳ ଦୀର୍ଘ ୧ ଘଣ୍ଟା ସମୟ ପରିଶ୍ରମ କରି ଶିଶୁଠାରେ ରେଟିନା ଅସ୍ତ୍ରୋପଚାର କରିବାରେ ସଫଳ ହୋଇଥିଲେ । ଏବେ ଶିଶୁଟି ଭଲ ଅଛି ଓ ଦେଖିପାରୁଥିବା ଜଣାପଡ଼ିଛି । ଓଡ଼ିଶାରେ ଏଭଳି ଅସ୍ତ୍ରୋପଚାର ପ୍ରଥମ ବୋଲି ଡା. ଦାସ କହିଛନ୍ତି ।

ଜଣେ ମାଆ ୩୭ରୁ ୪୦ ସପ୍ତାହ ଭିତରେ ସ୍ୱାଭାବିକ ଭାବେ ଶିଶୁକୁ ଜନ୍ମ ଦେଇଥାଏ । ଏହା ଠାରୁ କମ୍ ଦିନ ମଧ୍ୟରେ ଜନ୍ମ ହେଉଥିବା ଶିଶୁଙ୍କୁ ଅପରିପକ୍ୱ ବୋଲି କୁହାଯାଇଥାଏ । ୧୭୫୦ ଗ୍ରାମରୁ କମ୍ ଓଜନ ଥିଲେ ଏହି ଶିଶୁଙ୍କଠାରେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ । ସେମାନଙ୍କ ମଧ୍ୟରୁ ଅନେକଙ୍କ ଦୃଷ୍ଟି ଶକ୍ତି ନଷ୍ଟ ହେବାର ଆଶଙ୍କା ଥାଏ । ତେବେ ଠିକ୍‍ ସମୟରେ ରେଟିନା ସ୍କ୍ରିନିଂ କରାଗଲେ ଶିଶୁଙ୍କଠାରେ ଥିବା ଦୃଷ୍ଟି ଜନିତ ସମସ୍ୟା ଜଣାପଡ଼ିଥାଏ ଓ ସଫଳ ଚିକିତ୍ସା କରାଯାଇପାରେ ବୋଲି ଡା. ଦାସ ସୂଚନା ଦେଇଛନ୍ତି । ରାଜ୍ୟ ବାହାରେ ଏହି ଚିକିତ୍ସା ପାଇଁ ଅଧିକ ଖର୍ଚ୍ଚ କରିବାକୁ ପଡୁଥିବା ବେଳେ କିମ୍‌ସରେ ଅତ୍ୟାଧୁନିକ ପଦ୍ଧତିରେ ଓ କମ୍‍ ଖର୍ଚ୍ଚରେ ହୋଇପାରୁଛି ।

ଅସ୍ତ୍ରୋପଚାର ପରେ ଶିଶୁଟିର ବାପା, ମାଆ ଖୁସି ବ୍ୟକ୍ତ କରିବା ସହ ଡା. ଦାସ ଓ ତାଙ୍କ ଡାକ୍ତରୀ ଦଳକୁ କୃତଜ୍ଞତା ଜଣାଇଛନ୍ତି । ଅପରପକ୍ଷରେ କିମ୍‍ସରେ ଏଭଳି ବିରଳ ଓ ସଫଳ ଅସ୍ତ୍ରୋପଚାର କରିଥିବାରୁ କିଟ୍‌, କିସ୍ ଓ କିମ୍‍ସ ପ୍ରତି ।ତା ଅଚ୍ୟୁତ ସମାନ୍ତ ଶିଶୁର ଆରୋଗ୍ୟ କାମନା କରିବା ସହ ସର୍ଜନ ମନ୍ମଥ କୁମାର ଦାସ ଓ ଡାକ୍ତରୀ ଦଳକୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.