Latest Odisha News

BREAKING NEWS

ତେଜିଲା ଗଞ୍ଜେଇ ରାଜନୀତି; ଶିବ ମନ୍ଦିରରେ ଗଞ୍ଜେଇ ବିରୋଧକୁ ନେଇ ସ୍ୱର ଉଠାଇଲେ ରାଜନେତା

ଭୁବନେଶ୍ୱର:ମହାଦେବଙ୍କ ମନ୍ଦିରରେ ଗଞ୍ଜେଇ  ବିରୋଧକୁ ନେଇ ତେଜୁଛି ରାଜନୀତି । ଜଣକ ପରେ ଜଣେ ରାଜନେତା ଏହାକୁ ବିରୋଧ କରିବାରେ ଲାଗିଛନ୍ତି । ପୂର୍ବତନ ବିଜେଡି ସାଂସଦ ତଥାଗତ ଶତପଥୀଙ୍କ ପରେ ଏବେ ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ, ଦାମୋଦର ରାଉତ ପ୍ରମୁଖ  ରାଜ୍ୟ ସରକାରଙ୍କର ଏପରି ନିଷ୍ପତ୍ତିକୁ କଡା ସମାଲୋଚନା କରିଛନ୍ତି । ଏପରି କଟକଣା  ସଂସ୍କୃତି ଓ ପରାମ୍ପରା ବିରୋଧୀ ବୋଲି କହି ସେମାନେ ସମାଲୋଚନା କରିଛନ୍ତି  ।

ପୂର୍ବତନ ବିଜେଡି ସାଂସଦ ତଥାଗତ ଶତପଥୀ ତାଙ୍କ ଖବରକାଗଜର ଏକ ଆଲେଖ୍ୟରେ ଲେଖିଛନ୍ତି, ଗଞ୍ଜେଇ ସେବନ କରୁଥବା ବ୍ୟକ୍ତିର ପ୍ରଭାବରେ ପରିବାର ଅର୍ଥନୀତି ଧ୍ୱଂସ ପାଏନି । ଏପରିକି ସେହି ବ୍ୟକ୍ତି ଗୁରୁତର ଭାବେ ରୋଗାକ୍ରାନ୍ତ ହୁଅନ୍ତି ନାହିଁ । ହେଲେ ମଦ ବ୍ୟବସାୟୀଙ୍କ ପାଖରେଥିବା ଶକ୍ତିର ପ୍ରୟୋଗ ଯୋଗୁଁ ଗଞ୍ଜେଇକୁ ବେଆଇନ କରି ରଖିବାର ଉଦ୍ୟମ ଲାଗିରହିଛି ବୋଲି ତଥାଗତ ଲେଖିଛନ୍ତି ।

ସେ କହିଛନ୍ତି, ଧାର୍ମିକ ଓ ସମାଜିକ କ୍ଷେତ୍ରରେ ଗଞ୍ଜେଇର ବ୍ୟବହାର ରହିଛି । ଗଞ୍ଜେଇରେ ଥିବା ଔଷଧୀୟ ଗୁଣ ଯୋଗୁଁ ଏହାର ଚାଷକୁ ଆମେରିକାରେ ଆଇନଷିଦ୍ଧ କରାଯାଇ ସାରିଛି । ଏଥିରୁ ପ୍ରସ୍ତୁତ ହେଉଥିବା ଔଷଧ ଅନେକ ଦେଶରେ କର୍କଟ ଓ ମାଇଗ୍ରେନ ଭଳି ଉତ୍କଟ ମୁଣ୍ଡବ୍ୟଥାର ଉପଷମ କରିପାରୁଛି । ତେଣୁ ଏହାକୁ ନିଷିଦ୍ଧ କରିବା ବିରୋଧରେ ଯୁକ୍ତି ବାଢିଛନ୍ତି ତଥାଗତ ଶପତଥୀ ।

ଅନ୍ୟପକ୍ଷେ ଜଟଣୀ ବିଧାୟକ ସୁର ରାଉତରାୟ କହିଛନ୍ତି, ରାଜ୍ୟ ସରକାରଙ୍କର ଏହା ଏକ ଅନବଶ୍ୟକ ନିର୍ଦ୍ଦେଶ । ଏହାର ପୁନର୍ବିଚାର କରାଯିବା ଆବଶ୍ୟକ । ସେ ଆହୁରି କହିଛନ୍ତି, ଗଞ୍ଜେଇ ପ୍ରଭୁ ଶିବଙ୍କୁ ଭୋଗ ଭାବେ ପୂଜା କରାଯାଇଥାଏ । ଧର୍ମପୀଠରେ ଗଞ୍ଜେଇ ସେବନ କରିବା  ଏବଂ ଧାର୍ମିକ ପରିବେଶକୁ ଖରାପ କରିବା ଆଦୌ ଠିକ ନୁହେଁ  । ଏହାକୁ ବନ୍ଦ କରାଯିବା ଉଚିତ । ହେଲେ  ଶୈବପୀଠରେ ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବା ଆମ ସଂସ୍କୃତି ଓ ପରମ୍ପରା ବିରୋଧୀ ବୋଲି କହିଛନ୍ତି କଂଗ୍ରେସ ନେତା ସୁର ରାଉତରାୟ ।

ସେହିପରି ବରିଷ୍ଠ ନେତା ଦାମୋଦର ରାଉତ ମଧ୍ୟ  ମନ୍ଦିର ଭିତରେ ଗଞ୍ଜେଇ ସେବନକୁ ବନ୍ଦ କରାଯିବା ଉଚିତ  । କିନ୍ତୁ ଭଗବାନ ଶିବଙ୍କ ପାଖରେ ଭୋଗ କରିବା ଆମର ବହୁ ଦିନର ପରମ୍ପରା । ଏହାକୁ ବନ୍ଦ କରିବା ଉଚିତ ନୁହେଁ । ରାଜ୍ୟ ସରକାର ଏବଂ ପୋଲିସ ମନ୍ଦିରରେ ଗଞ୍ଜେଇକୁ ବନ୍ଦ କରିବା ପରିବର୍ତ୍ତେ ମଦ, ହେରୋଇନ, ବିଭିନ୍ନ ଡ୍ରଗ୍ସକୁ ବନ୍ଦ କରିବା ଉଚିତ ବୋଲି ସେ କହିଛନ୍ତି ।

 

Leave A Reply

Your email address will not be published.