Latest Odisha News

BREAKING NEWS

ଟୋକିଓ ଅଲିମ୍ପିକ୍ସ: ଭାରତୀୟ ପୁରୁଷ ହକି ଦଳର ଡାକ୍ତର ଦାୟିତ୍ୱ ତୁଲାଇବେ ସୁଦୀପ

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସ ପାଇଁ ଘୋଷଣା କରାଯାଇଥିବା ଭାରତୀୟ ପୁରୁଷ ହକି ଦଳରେ ଆଉ ଜଣେ ଓଡିଆ ସ୍ଥାନ ପାଇଛନ୍ତି । କିମ୍ସ ପ୍ରଫେସର ସୁଦୀପ ଶତପଥୀଙ୍କୁ ଟିମ୍ ଇଣ୍ଡିଆର ଡାକ୍ତର ଭାବେ ନିୟୋଜିତ କରାଯାଇଛି । ସେ ଫିଜିଓଲୋଜି ଓ ସ୍ପୋର୍ଟ୍ସ ମେଡିସନ ବିଭାଗରେ ଜଣେ ଅଭିଜ୍ଞ ଡାକ୍ତର ଭାବେ ପରିଚିତ । ବୁଏନ୍ସ ଏରିସରେ ୧ ଏପ୍ରିଲରୁ ୧୫ ଏପ୍ରିଲ ପର୍ଯ୍ୟନ୍ତ ଭାରତୀୟ ଦଳ ପ୍ରଶିକ୍ଷଣ ନେବେ । ଡାକ୍ତର ସୁଦୀପ ସେ ସମୟରେ ଦଳ ସହିତ ଯୋଗ ଦେବେ । ସେଠାରେ ଏଏଫସି ଚାମ୍ପିୟନ୍ସ ଲିଗ୍ ୱେଷ୍ଟ-୨୦୨୦ ମେଡିକାଲ ଡେଲିଗେସନ ଟିମରେ ସେ ଡୋପିଂ କଂଟ୍ରୋଲ ଅଫିସର ଭୂମିକା ତୁଲାଇବେ ।

ଆନ୍ତର୍ଜାତୀୟ ଅଲିମ୍ପିକ କମିଟିର ସ୍ପୋର୍ଟ୍ସ ମେଡିସିନରେ ସେ ଡିପ୍ଲୋମା କରିଛନ୍ତି । ସେ ପୂର୍ବରୁ ଆଇଏସଏଲରେ ସଚିନ ତେନ୍ଦୁଲକରଙ୍କ ଫୁଟବଲ ଟିମ କେରଳ ବ୍ଲାଷ୍ଟର୍ସର ଡାକ୍ତର ଥିଲେ । କିଟ ଏବଂ କିମ୍ସର ପ୍ରତିଷ୍ଠାତା ପ୍ରଫେସର ଅଚ୍ୟୁତ ସାମନ୍ତ ଏ ନେଇ ସୁଦୀପଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.