Latest Odisha News

BREAKING NEWS

ବ୍ରିଟେନ ଓ ମସ୍କୋରେ ଭୟାନକ ସାବ୍ୟସ୍ତ ହେଉଛି ଭାରତରେ ଠାବ ଡେଲଟା ଭାରିଆଣ୍ଟ

ନୂଆଦିଲ୍ଲୀ : ବ୍ରିଟେନ ଓ ମସ୍କୋରେ ଭୟଙ୍କର ସାବ୍ୟସ୍ତ ହେଉଛି ଭାରତରେ ଠାବ ଡେଲଟା ଭାରିଆଣ୍ଟ । ଦିନକୁ ଦିନ ସ୍ଥିତି ହେଲାଣି ଅତି ସାଂଘାତିକ । ମାତ୍ର ଏକ ସପ୍ତାହରେ ବ୍ରିଟେନରେ ଡେଲଟା ଜନିତ ସଂକ୍ରମିତଙ୍କ ସଂଖ୍ୟା ୩୩ ହଜାର ୬୩୦ରେ ପହଞ୍ଚିଛି । ଫଳରେ ଏହି ଭାରିଆଣ୍ଟ ଜନିତ ସଂକ୍ରମିତଙ୍କ ସଂଖ୍ୟା ହୋଇଛି ୭୫ ହଜାର ୯୫୩ରେ ପହଞ୍ଚିଛି ।

ଯେଉଁ ହାରରେ ବ୍ରିଟେନରେ ଡେଲଟା ଜନିତ ସଂକ୍ରମଣ ବୃଦ୍ଧି ପାଉଛି, ତାହା ଯଦି ଲାଗି ରହେ ତେବେ ଆଗକୁ ସ୍ଥିତି ଆହୁରି ଭୟାନକ ହେବ ବୋଲି କହିଛି ସ୍ବାସ୍ଥ୍ୟ ବିଭାଗ । ପବ୍ଲିକ ହେଲଥ ଇଂଲଣ୍ଡ ବା ପିଏଚଇ କହିଛି ଯେ, ସାପ୍ତାହିକ ଭିତ୍ତିରେ ଏହି ସଂକ୍ରମଣର ସମୀକ୍ଷା କରାଯାଉଛି । ଦେଶରେ କେବଳ ଡେଲଟା ଭାରିଆଣ୍ଟ ଜନିତ ସଂକ୍ରମିତ ଏବେ ସମସ୍ତ ହସପିଟାଲରେ ଭର୍ତ୍ତି ହେଉଥିବା ଦେଖିବାକୁ ମିଳିଛି । ଆଲଫା ତୁଳନାରେ ଡେଲଟା ଅଧିକ ଭୟାନକ ସାବ୍ୟସ୍ତ ହୋଇଛି । ସେହିପରି ମସ୍କୋରେ ବି ତାଣ୍ଡବ ରଚିଲାଣି ଡେଲଟା ଭ୍ୟାରିଆଣ୍ଟ । ମାତ୍ର ଏକ ସପ୍ତାହକ ମଧ୍ୟରେ ମେଗାସିଟିର ସଂକ୍ରମଣ ସଂଖ୍ୟା ତିନି ଗୁଣ ବୃଦ୍ଧି ପାଇଛି ।

Leave A Reply

Your email address will not be published.