Latest Odisha News

ଗଣେଶଙ୍କ ମୂର୍ତ୍ତୀ ସହ ଫଟୋ ଉଠାଇ ସମାଲୋଚିତ ହେଲେ କିମ କାର୍ଦ୍ଦିଶିୟାନ

ମୁମ୍ବାଇ: ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚେଂଟଙ୍କ ବିବାହ ଉତ୍ସବରେ ଦେଶ ଓ ବିଦେଶର ଅନେକ ସେଲିବ୍ରେଟି ଅଂଶଗ୍ରହଣ କରିଥିଲେ । ଆନ୍ତର୍ଜାତୀୟ ରିୟଲିଟି ଟେଲିଭିଜନ ଷ୍ଟାର କିମ କାର୍ଦ୍ଦିଶିୟାନ ତାଙ୍କ ଭଉଣୀ କଲୋଇ କାର୍ଦ୍ଦିଶିୟାନଙ୍କ ସହ ଏଥିରେ ଅଂଶଗ୍ରହଣ କରିଥିଲେ । ସୋସିଆଲ ମିଡିଆରେ ସେ ଏହି ବିବାହ ଉତ୍ସବର କେତେକ ଫଟୋ ଶେୟାର କରିଥିଲେ । ଏହା ମଧ୍ୟରେ ଭଗବାନ ଗଣେଶଙ୍କ ଏକ ମୂର୍ତ୍ତୀ ସହ ସେ ଫଟୋ ଶେୟାର କରିଥିଲେ । ଯାହାକୁ ପ୍ରଶଂସକମାନେ ଟ୍ରୋଲ କରିଛନ୍ତି । ଜଣେ ୟୁଜର୍ସ ଲେଖିଥିଲେ, ଆମେ ସବୁ କିଛି ସହ୍ୟ କରିନେବୁ କିନ୍ତୁ ଭଗବାନଙ୍କ ଅପମାନଙ୍କୁ ନୁହେଁ ।

ଅବଶ୍ୟ କିମ ତାଙ୍କ ଭୁଲ ବୁଝିପାରି ଫଟୋକୁ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରୁ ହଟେଇ ଦେଇଥିଲେ । କିମ ଏହି ଉତ୍ସବରେ ମନୀଷ ମାଲହୋତ୍ରାଙ୍କ ଦ୍ୱାରା ଡିଜାଇନ କରାଯାଇଥିବା ଧଳା ଓ ସୁନେଲୀ ରଙ୍ଗର ଡ୍ରେସ ପିନ୍ଧିଥିଲେ । ସୂଚନାଯୋଗ୍ୟ କିମ ସର୍ବଦା ତାଙ୍କ ଗ୍ଲାମର ଲୁକ ନେଇ ଚର୍ଚ୍ଚାରେ ରହିଥାନ୍ତି । ସୋସିଆଲ ମିଡିଆରେ ତାଙ୍କର କୋଟି କୋଟି ପ୍ରଶଂସକ ରହିଛନ୍ତି ।

Comments are closed.