Latest Odisha News

BREAKING NEWS

କ୍ୟାନସରରେ ପୀଡିତ ବ୍ରିଟେନର ରାଜା ଚାର୍ଲସ ତୃତୀୟ

ଲଣ୍ଡନ: ବ୍ରିଟେନ ରାଜା ଚାର୍ଲସ ତୃତୀୟ କର୍କଟ ବା କ୍ୟାନ୍ସର ରେ ପିଡିତ । ଏନେଇ ବଙ୍କିମହାମ ପ୍ୟାଲେସ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି । ପ୍ରୋଷ୍ଟେଟ ଗ୍ରନ୍ଥି ପରୀକ୍ଷା କରିବା ସମୟରେ ଜଣାପଡିଥିଲା କି ସେ କର୍କଟ ରୋଗରେ ପୀଡିତ । ତେବେ ସେ କେଉଁ କର୍କଟରେ ଆକ୍ରାନ୍ତ ହୋଇଛନ୍ତି ସେନେଇ ବର୍ତ୍ତମାନ ସୁଦ୍ଧା କୌଣସି ଖୁଲାସା କରାଯାଇ ନାହିଁ । ଏହି ଖବର ଆସିବା ମାତ୍ରେ ବିଶ୍ୱରେ ଚର୍ଚ୍ଚା ଆରମ୍ଭ ହେଇଯାଇଛି ।

ଚିକିତ୍ସା ପରେ ବର୍ତ୍ତମାନ କିଙ୍ଗ ଚାର୍ଲ୍ସଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଠିକ୍ ରହିଛି । ତେବେ ଏହି ସମୟ ମଧ୍ୟରେ ସେ ସରକାରୀ କାର୍ଯ୍ୟ ଜାରି ରଖିବେ । ବୋଲି ବଙ୍କିମହାମ ପ୍ୟାଲେସ ପକ୍ଷରୁ କୁହାଯାଇଛି । କିଙ୍ଗ ଚାର୍ଲସଙ୍କ ଚିକିତ୍ସା ହସ୍ପିଟାଲରେ ନହୋଇ ବାସଭବନରେ ହେବା ନେଇ ବଙ୍ଗିମହମ୍ ପ୍ୟାଲେସ ପକ୍ଷରୁ କୁହାଯାଇଛି । ତେବେ ବ୍ରିଟେନ ରାଜା କିଙ୍ଗ ଚାର୍ଲସ ତୃତୀୟଙ୍କର ଦୁଇ ପୁଅ ରହିଛନ୍ତି । ପ୍ରିନ୍ସ ହ୍ୟାରି ଏବଂ ପ୍ରିନ୍ସ ୱିଲିୟମ । ପ୍ରିନ୍ସ ହ୍ୟାରି ଗତକାଲି ନୋରାଫକରୁ ଲଣ୍ଡନ ଫେରିଛନ୍ତି ।

ବ୍ରିଟେନ ରାଜା କର୍କଟ ରୋଗରେ ପୀଡିତ ଥିବା ଖବର ଉପରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ସୋସିଆଲ ମିଡିଆ ପୋଷ୍ଟ ‘ଏକ୍ସ’ ଏମାଧ୍ୟମରେ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି । ସେ କହିଛନ୍ତି ଯେ, ମୋର କୌଣସି ସନ୍ଦେହ ନାହିଁ ଯେ ସେ ଶୀଘ୍ର ସୁସ୍ଥ ହୋଇ ପୂର୍ଣ୍ଣ ଶକ୍ତି ସହିତ ଫେରିବେ । ମୁଁ ଜାଣେ ଯେ ସମଗ୍ର ଦେଶ ତାଙ୍କର ଶୀଘ୍ର ସୁସ୍ଥ ହେବା ପାଇଁ ପ୍ରାର୍ଥନା କରୁଛି ।

ତେବେ ରାଣୀ ଏଲିଜାବେଥ ଦ୍ଵିତୀୟଙ୍କ ମୃତ୍ୟୁ ପରେ କିଙ୍ଗ ଚାର୍ଲ୍ସ ତୃତୀୟ ବ୍ରିଟେନର ରାଜା ହୋଇଥିଲେ । ସେ ୨୦୦୩ ମସିହା ମେ ୬ ତାରିଖରେ ମୁକୁଟ ପିନ୍ଧିଥିଲେ । ଏହା ପରେ ତାଙ୍କୁ ରାଜା ଚାର୍ଲ୍ସ ତୃତୀୟ ଭାବରେ ସମ୍ବୋଧିତ କରାଯାଇଥିଲା । ସେ ୭୩ ବର୍ଷ ବୟସରେ ରାଜା ହୋଇଥିଲେ ।

Leave A Reply

Your email address will not be published.