Latest Odisha News

‘ଓଡ଼ିଶା : ନବଦିଗନ୍ତର ସମ୍ଭାବନା’ ନେଇ ଆଲୋଚନା ‘ସେବା ମନୋବୃତ୍ତି ଓ ସଂକଳ୍ପ ନେଇ ସରକାର କାର୍ଯ୍ୟ କରୁଛନ୍ତି’

ଭୁବନେଶ୍ୱର : ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ ଅବସରରେ ଆଦିକବି ସାରଳା ଦାସ ପ୍ରକୋଷ୍ଠରେ ଆୟୋଜିତ ‘୨୦୩୬ରେ ଓଡ଼ିଶା: ନବଦିଗନ୍ତର ସମ୍ଭାବନା’ ଶୀର୍ଷକ ଆଲୋଚନା ସଭାରେ ଅତିଥିମାନେ ଓଡ଼ିଶାର ଗୌରବମୟ ସଂସ୍କୃତି ଓ ପରମ୍ପରାକୁ ସମୃଦ୍ଧ କରିଥିବା ପୂର୍ବସୂରୀମାନଙ୍କ ତ୍ୟାଗ, ତପସ୍ୟା ଓ ସାଧନାରେ ଅନୁପ୍ରେରିତ ହୋଇ କାର୍ଯ୍ୟକଲେ ୨୦୩୬ର ଓଡ଼ିଶା ବିକାଶ, ସ୍ୱାଭିମାନ ଓ ଅଭିବୃଦ୍ଧିର ରାଜ୍ୟରେ ପରିଣତ ହେବ ବୋଲି ଉଲ୍ଲେଖ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ୫-ଟି ଅଧକ୍ଷ ଭି. କେ. ପାଣ୍ଡିୟାନ୍, ଓଡ଼ିଶା ସରକାରଙ୍କ ଆନୁଷ୍ଠାନିକ ଦକ୍ଷତା ନିର୍ମାଣର ମୁଖ୍ୟ ପରାମର୍ଶଦାତା ସୁବ୍ରତୋ ବାଗଚୀ, ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ନିର୍ବାହୀ ଅଧିକାରୀ ବିର୍ଲା କାର୍ବନ ନିର୍ଦ୍ଦେଶକ (ରସାୟନ) ଏବଂ ଆଦିତ୍ୟ ବିର୍ଲା ଗ୍ରୁପ ମାନବ ସମ୍ବଳ, ନିର୍ଦ୍ଦେଶକ ସଂତୃପ୍ତ ମିଶ୍ର, ମୋଜିଟାରି ଅଥେରୀଟି ଅଫ ସିଂଗାପୁରର ମୁଖ୍ୟ ଫିଟେକ ଅଧିକାରୀ ସ୍ଵପେନ୍ଦୁ ମହାନ୍ତି, ସାନ-ଡିଏଗୋର ରୀତା ଆଣ୍ଡ ରିଚାର୍ଡ ଆକ୍ଟିନସନ୍ ଅଧ୍ଯକ୍ଷ ପ୍ରାଧାପକସଚ୍ଚିଦାନନ୍ଦ ପଣ୍ଡା ପ୍ରମୁଖ ଯୋଗ ଦେଇ ନିଜ ବକ୍ତବ୍ୟ ରଖିଥିଲେ ।

ଆମେ ଦେଶ ଓ ଜାତି ପାଇଁ ସ୍ୱପ୍ନ ଦେଖିବାକୁ ପଡିବ ଏବଂ ସେହି ସ୍ଵପ୍ନର ସମ୍ଭାବନକୁ ସଫଳ କରିବାକୁ ପଡିବ । ଜାତିର ପିତା ମହାତ୍ମା ଗାନ୍ଧୀ ଦେଶ ଓ ଜାତି ପାଇଁ ବାଟ ଖୋଜି ନଥିଲେ ବରଂ ବାଟ ସେ ନିଜେ କାଢିଥିଲେ । ସେହିପରି ମହାତ୍ମା ଗାନ୍ଧୀ, ଉତ୍କଳମଣି ଗୋପବନ୍ଧୁ, ଉତ୍କଳଗୌରବ ମଧୁସୂଦନ ପ୍ରମୁଖ ମହା ପୁରୁଷମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇପାରିଲେ ୨୦୩୬ର ଓଡ଼ିଶା ହେବ ଆଦର୍ଶ, ସମୃଦ୍ଧ ଓ ପ୍ରଭାବୀ ହେବ ବୋଲି ଶ୍ରୀ ବାଗଚୀ କହିଥବା ବେଳେ ନିରବଚ୍ଛିନ୍ନ ବିକାଶ ଓ ଅଭୂତପୂର୍ବ ରୂପାନ୍ତର ପଥକୁ ଅନୁସରଣ କରିଛି ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ୱାଧୀନ ଓଡ଼ିଶା ସରକାର । ଗତ ୨୩ ବର୍ଷରୁ ଅଧିକ ସମୟ ଧରି ଗଭୀର ଆତ୍ମବିଶ୍ଵାସର ସହିତ ଉତ୍ସର୍ଗୀକୃତ ସେବା ମନୋଭାବ ଓ ଦୃଢ ସଂକଳ୍ପ ନେଇ ଜନସାଧାରଣଙ୍କ ପାଇଁ ଆମ ସରକାର କାର୍ଯ୍ୟ କରି ଆସୁଛି । ରାଜ୍ୟବାସୀଙ୍କ ସେବା ଏବଂ ଓଡ଼ିଶାର ବିକାଶ ପାଇଁ ଆମ ସରକାର ଅଙ୍ଗୀକାରବଦ୍ଧତା ଆମକୁ ଅନ୍ୟ ରାଜ୍ୟମାନଙ୍କଠାରୁ ଭିନ୍ନ ଓ ସ୍ୱତନ୍ତ୍ର ମର୍ଯ୍ୟାଦା ଦେଇଛି । ବିକାଶର ଏହି ଫଳପ୍ରଦ ଯାତ୍ରାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୃଷ୍ଟି କରିଛନ୍ତି ନୂଆ ପରିଚୟ । ଲୋକମାନଙ୍କ ସମ୍ମାନକୁ ଗୁରୁତ୍ୱ ଦେଇ ସ୍ୱଚ୍ଛତା ଓ ନମ୍ରତାର ସହିତ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ବହନ କରି ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ସେବାରେ ନିୟୋଜିତ ରହିଛନ୍ତି ବୋଲି ଶ୍ରୀ ପାଣ୍ଡିଆନ୍ କହିଛନ୍ତି ।

ଶୁଭ୍ରମ ବେହେରାଙ୍କ ଦ୍ୱାରା ପରିଚାଳିତ ଏହି ଆଲୋଚନା ଚକ୍ରରେ କଟକ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର ଛାତ୍ରୀ ସୁଶ୍ରୀ ସମୀକ୍ଷା ତ୍ରିପାଠୀ ଏବଂ ସୌମ୍ୟା ପଟ୍ଟନାୟକ ମଧ୍ୟ ବକ୍ତବ୍ୟ ରଖିଥିଲେ ।

ଅପରାହ୍ନରେ ଦୁଇଟି ବାର୍ତ୍ତାଳାପ ଅଧିବେଶନ ଭାବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଥମଟିରେ ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ଫେସନ୍ ଜିଜାଇନର ବିଭୂ ମହାପାତ୍ରଙ୍କ ସହିତ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ଅଧ୍ଯକ୍ଷା ଓ ବିଶ୍ଵ ଦକ୍ଷତା କେନ୍ଦ୍ରର ମୁଖ୍ୟ ନିର୍ବାହୀ ଅଧୁକାରୀ ଅଳକା ମିଶ୍ର ଆଲୋଚନା କରିଥିଲେ । ଦ୍ୱିତୀୟଟିରେ ଆଭାସୀ ମାଧ୍ୟମରେ ବିଶ୍ଵବିଖ୍ୟାତ ଐତିହାସିକ ଓ ଗବେଷକ ହର୍ମାନ୍ କ୍ଲର୍ଡେଙ୍କ ସହିତ ଐତିହାସିକା ନିବେଦିତା ମହାନ୍ତି ଆଲୋଚନା କରିଥିଲେ ।

Leave A Reply

Your email address will not be published.