ଭୁବନେଶ୍ୱର: କିନ୍ନର ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। କିନ୍ନର ମାନଙ୍କୁ ମଧୁବାବୁ ପେନସେନ୍ ଯୋଜନାରେ ସାମିଲ୍ କରାଯିବ । ଭତ୍ତା ପାଇଁ ସେମାନେ ପେନସନ୍ ପୋର୍ଟାଲ କିମ୍ବା ଫର୍ମରେ ଆବେଦନ କରିପାରିବେ । ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ଥିବା କିନ୍ନରମାନେ ଏହାଦ୍ୱାରା ଉପକୃତ ହେବେ ।
ସମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସୂଚନା ଦେଇ କହିଛନ୍ତି ଯେ, ମଧୁବାବୁ ପେନସନ ପାଉଥିବା ୪୮ ଲକ୍ଷ ହିତାଧିକାରୀଙ୍କୁ ଆଉ ଏକ ହଜାର ଟଙ୍କା ଲେଖାଏଁ ଆସନ୍ତା ୪ ମାସ ପାଇଁ ଅଗ୍ରୀମ ଦିଆଯିବ । ମଧୁବାବୁ ପେନସନ୍ ଜରିଆରେ ରାଜ୍ୟର ପ୍ରାୟ ୬ ହଜାର କିନ୍ନର ଉପକୃତ ହେବେ ବୋଲି କୁହାଯାଇଛି ।
ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ଓଡ଼ିଶା କିନ୍ନର ଓ ତୃତୀୟ ଲିଙ୍ଗ ଉନ୍ନୟନ ପରିଷଦ ସଭାପତି ମୀରା ପରିଡା ସ୍ୱାଗତ କରିଛନ୍ତି ।
(ଫାଇଲ ଫୋଟୋ)
Comments are closed.