Latest Odisha News

BREAKING NEWS

ଏସିଆନ ଗେମ୍ସ: ଷଷ୍ଠ ଦିନ ଭାରତୀୟ ଆଥଲେଟଙ୍କ ଦମଦାର ପ୍ରଦର୍ଶନ

ହାଙ୍ଗଝୋଉ: ଚଳିତ ଏସିଆନ ଗେମ୍ସରେ ଶୁକ୍ରବାର ଷଷ୍ଠ ଦିନ ଭାରତୀୟ ଆଥଲେଟ ଦମଦାର ପ୍ରଦର୍ଶନ କରିଛନ୍ତି । ଚୀନରେ ହାଙ୍ଗଝୋଉ ଭାରତୀୟ ଖେଳାଳି ୨ ସ୍ୱର୍ଣ୍ଣ, ୪ ରୌପ୍ୟ ଓ ୨ବ୍ରୋଞ୍ଜ ପଦକ ହାସଲ କରିଥିଲେ । ଓଭରାଲ ୩୩ ପଦକ ସହ ଭାରତ ପଦକ ତାଲିକାରେ ୪ର୍ଥ ସ୍ଥାନରେ ରହିଛି । ଭାରତୀୟ ଶୁଟର୍ସ ୨ ସ୍ୱର୍ଣ୍ଣ ଓ ୩ ରୌପ୍ୟ ସହ ଆଜିର ଅଭିଯାନ ଆରମ୍ଭ କରିଥିଲା । ଏହା ପରେ ଟେନିସରେ ରାମକୁମାର ରାମନାଥନ ଓ ସାକେତ ମେଇନନେନୀ ରୌପ୍ୟ ଏବଂ ସ୍କ୍ୱାଶରେ ଭାରତୀୟ ଟିମ ବ୍ରୋଞ୍ଜ ପଦକ ଜିତିଥିଲେ । ଦିନର ଶେଷ ପଦକ ଶଟପୁଟରୁ ଆସିଥିଲା । କିରଣ ବାଲିୟାନ ମହିଳା ବିଭାଗରେ ୧୭.୩୬ ମିଟର ଦୂରତାକୁ ଥ୍ରୋ କରି ବ୍ରୋଞ୍ଜ ପଦକ ଜିତିଥିଲେ ।

ସେହିପରି ବ୍ୟାଡମିଂଟନରେ ନେପାଳକୁ ୩-୦ରେ ହରାଇ ୩୭ ବର୍ଷ ପରେ ଏସିଆନ ଗେମ୍ସରେ ପଦକ ହାସଲ କରିଥିଲା । ଟିମ ଇଣ୍ଡିଆର ଷ୍ଟାର ମହିଳା ବକ୍ସର ନିଖତ ଜରୀନ ୫୦ କିଗ୍ରା କାଟାଗୋରୀର ସେମିଫାଇନାଲରେ ପ୍ରବେଶ କରି ଭାରତ ପାଇଁ ଆଉ ଏକ ପଦକ ନିଶ୍ଚିତ କରିଛନ୍ତି । ଏଥିସହ ସେ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ପାଇଁ ମଧ୍ୟ କୋଟା ହାସଲ କରିଛନ୍ତି ।

Leave A Reply

Your email address will not be published.