Latest Odisha News

ଆର୍ୟନ ଡ୍ରଗ୍ସ କେସର ସାକ୍ଷୀ କିରଣ ଗୋସାବୀ ଗିରଫ

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ କେସରେ ନୂଆ ଟ୍ୱିଷ୍ଟ । କିଙ୍ଗ ଖାନ୍ ଶାହାରୁଖଙ୍କ ପୁଅ ଆର୍ୟନ ଖାନ୍ ଗିରଫ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ସାକ୍ଷୀ କିରଣ ଗୋସାବୀ ଗିରଫ । ତାଙ୍କୁ ଗିରଫ କରିଛି ପୁଣେ ପୋଲିସ । ଗତକାଲି ରାତିରେ ତାକୁ ଗିରଫ କରାଯାଇଥିବା ପୋଲିସ ସୂଚନା ଦେଇଛି । ୨୦୧୮ରେ ଠକେଇ ମାମଲାରେ ଗୋସାବୀ ପଳାତକ ଥିଲା । ପୁଣେ ପୋଲିସ ପାଇଁ ସେ ଥିଲା ଓ୍ୱାଣ୍ଟେଡ୍ ।
ଡ୍ରଗ୍ସ କେସରେ ଏନସିବିର ଚଢ଼ାଉ ପରେ ଆର୍ୟନଙ୍କ ସହ ସେଲଫି ନେଇ ଚର୍ଚ୍ଚା ଓ ପରେ ବିବାଦକୁ ଆସିଥିଲେ କିରଣ ଗୋସାବୀ । ଠକେଇ ନେଇ ତାଙ୍କ ବିରୋଧରେ ବହୁ ମାମଲା ରହିଛି । ତାଙ୍କୁ ଖୋଜୁଥିଲା ପୁଣେ ପୋଲିସ । ଗୋସାବୀ ବିରୋଧରେ ଜାରି ହୋଇଥିଲା ଲୁକ୍ ଆଉଟ୍ ନୋଟିସ୍ । ତାଙ୍କୁ ଧରିବା ପାଇଁ ପୁଣେ ପୋଲିସର ଦୁଇଟି ଟିମ୍ ଉତ୍ତରପ୍ରଦେଶ ଯାଇଥିଲା ।

ଅଭିଯୋଗ ହୋଇଥିଲା , ୨୦୧୮ରେ ଗୋସାବୀ ଓ ଶେରବାନୀ କ୍ୟୁରେସୀ ପୁଣେର ଚିନ୍ମୟ ଦେଶମୁଖ ନାମକ ଜଣେ ଯୁବକଙ୍କୁ ଚାକିରି ନାଁରେ ଠକିଥିଲେ । ମାଲେସିଆରେ ଚାକିରି କରାଇ ଦେବାକୁ କହି ଠକି ନେଇଥିଲେ ୩ଲକ୍ଷ ଟଙ୍କା । ଏହି ମାମଲାରେ କ୍ୟୁରେସୀ ଗିରଫ ହୋଇଥିବା ବେଳେ ପଳାତକ ଥିଲା ଗୋସାବୀ ।

Leave A Reply

Your email address will not be published.