Latest Odisha News

BREAKING NEWS

ମହାରାଷ୍ଟ୍ରରେ ସଡ଼କ ଦୁର୍ଘଟଣା: ପଛକୁ ପଛ ଧକ୍କା ହେଲେ ୭ରୁ ୮ଗାଡ଼ି, ୩ମୃତ

ମୁମ୍ବାଇ: ମହାରାଷ୍ଟ୍ରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ମହାରାଷ୍ଟ୍ର ଧୁଲେରେ ଘଟିଛି ଏହିଭଳି ଅଭାବନୀୟ ଘଟଣା। ୭ରୁ ୮ ଗାଡ଼ି ପଛକୁ ପଛ ଧକ୍କା ହୋଇ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଛି।

ସୂଚନା ଅନୁସାରେ, ମହାରାଷ୍ଟ୍ର ଦେଇ ଯାଇଥିବା ମୁମ୍ବାଇ-ଆଗ୍ରା ଜାତୀୟ ରାଜପଥ ଧୁଲେ ନିକଟରେ ଏହି ଦୁର୍ଘଟଣା ଘଟିଛି। ବୁଧବାର ବିଳମ୍ବିତ ରାତିରେ ରାସ୍ତାରେ ଗାଡ଼ିମାନେ ଯାଉଥିବାବେଳେ ଭାରସାମ୍ୟ ହରାଇ ପଛକୁ ପଛ ଧକ୍କା ହୋଇଥିଲେ। ଧକ୍କା ହେବା ଫଳରେ ଗାଡ଼ିଗୁଡ଼ିକ ଅନ୍ୟ ଗାଡ଼ି ଉପରେ ଚଢ଼ିଯାଇଛି। ଏହାସହ ଆଉ କିଛି ଗାଡ଼ି ଭାଙ୍ଗି ରାସ୍ତା କଡ଼ରେ ପଡ଼ିଛି। ଏଥିରେ ୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଥିବା ଜଣାପଡ଼ିଛି।

ଦୁର୍ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଆହତ ହୋଇଥିବା ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ମୁମ୍ବାଇ-ଆଗ୍ରା ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି।

Leave A Reply

Your email address will not be published.