Latest Odisha News

କେ ସୁରେଶ ନୁହେଁ, ଭର୍ତ୍ତୃହରି କାହିଁକି କାମଚଳା ବାଚସ୍ପତି, କଂଗ୍ରେସକୁ ଜବାବ ଦେଲେ କିରଣ ରିଜଜୁ

ନୂଆଦିଲ୍ଲୀ: କେ. ସୁରେଶଙ୍କ ଭଳି ବରିଷ୍ଠ ସାଂସଦ ରହିଥିବା ବେଳେ କାମଚଳା ବାଚସ୍ପତି ଭାବେ ଭର୍ତ୍ତୃହରି ମହତାବ କାହିଁକି ନିଯୁକ୍ତ ହେଲେ କଂଗ୍ରେସ ଏପରି ପ୍ରଶ୍ନ କରି ଏନଡିଏ ସରକାରକୁ ପ୍ରଶ୍ନ କରିଛି। ଏହାର ଏବେ ଜବାବ ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜଜୁ। ସେ କହିଛନ୍ତି, ଏନଡିଏକୁ ଜନାଦେଶ ମିଳିଛି। ଇଣ୍ଡିଆ ମେଂଟକୁ ବିରୋଧୀ ଆସନରେ ବସିବାକୁ ଜନାଦେଶ ମିଳିଛି। ହେଲେ ଏହାକୁ କଂଗ୍ରେସ ଗ୍ରହଣ କରିପାରୁନି।

ସେ କହିଛନ୍ତି, କେ ସୁରେଶ ୮ ଥରର ସାଂସଦ। କିନ୍ତୁ ୨୦୦୪ ଓ ୧୯୯୮ରେ ସେ ନିର୍ବାଚିତ ହୋଇନଥିଲେ। ତେଣୁ ଯିଏ କ୍ରମାଗତ ସବୁଠାରୁ ଅଧିକ ନିର୍ବାଚନ ଜିତିଛି ତାଙ୍କୁ ପ୍ରୋଟେମ୍ ସ୍ପିକର ବା କାମଚଳା ବାଚସ୍ପତିର ଦାୟିତ୍ୱ ଦିଆଯାଇଛି। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଏହା ପୂର୍ବରୁ ମଧ୍ୟ ଏପରି ଘଟିଛି।

ବୀରେନ୍ଦ୍ର କୁମାର ପ୍ରୋଟେମ୍ ସ୍ପିକର ଥିଲେ। ଯିଏକି କ୍ରମାଗତ ଭାବେ ଜିତିଥିଲେ ଏବଂ ବରିଷ୍ଠ ଥିଲେ । ମେନକା ତାଙ୍କଠାରୁ ଅଧିକ ଥର ଜିତିଥିଲେ କିନ୍ତୁ ମେନକାଙ୍କୁ କାର୍ଯ୍ୟକାଳ ବିରତି ରହିଥିଲା ତେଣୁ ଗତଥର ମେନକାଙ୍କ ସ୍ଥାନରେ ବୀରେନ୍ଦ୍ରଙ୍କୁ ପ୍ରୋଟେମ୍ ସ୍ପିକର କରାଯାଇଥିଲା।

ଭର୍ତ୍ତୃହରି ମହତାବ ଲଗାତର ସପ୍ତମ ଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ତେଣୁ ତାଙ୍କୁ ଏହି ପଦ ଦିଆଯାଇଛି। ଏହି ପଦ କେବଳ ଦୁଇ ଦିନ ପାଇଁ। ନୂଆ ବାଚସ୍ପତି ନିର୍ବାଚିତ ହେବା ଯାଏ ଗୃହ ପରିଚାଳନା କରିବେ। କଂଗ୍ରେସ କେବଳ ଶସ୍ତା ରାଜନୀତି କରୁଛି ତାଛଡା ଆଉ କିଛି ନୁହେଁ ବୋଲି ସେ କହିଛନ୍ତି।

Comments are closed.