ନୂଆଦିଲ୍ଲୀ: ଆଜି ସଂସଦରେ ତୁମୁଳକାଣ୍ଡ । ଠେଲାପେଲା ଭିତରେ ଆହତ ହେଲେ ବିଜେପିର ଦୁଇ ସାଂସଦ ପ୍ରତାପ ଷଢଙ୍ଗୀ ଏବଂ ମୁକେଶ ରାଜପୁତ୍ । ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଧକ୍କାମୁକ୍କିରେ ଏଭଳି ପରିସ୍ଥିତି ଉପୁଜିଛି ବୋଲି ଅଭିଯୋଗ କରିଛନ୍ତି ବିଜେପି ସାଂସଦ । ରାହୁଲ ଠେଲିଦେଲେ ବୋଲି ସିଧା ସିଧା ଅଭିଯୋଗ କରିଛନ୍ତି ପ୍ରତାପ । ଅନ୍ୟପଟେ ରାହୁଲ କହିଛନ୍ତି ମୋତେ ସହସଦ ଭିତରକୁ ଯିବାକୁ ବିଜେପି ସାଂସ ରେକାିବାରୁ ଏଭଳି ସ୍ଥିତି ଉପଚଜିଲା ।
ଅନ୍ୟପଟରେ ରାହୁଲଙ୍କ ଏପରି ବ୍ୟବହାରକୁ ନେଇ ବର୍ଷିଛନ୍ତି ଅନେକ ବିଜେପି ନେତା । ଏହାକୁ ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ରାହୁଲଙ୍କୁ କଡା ସମଲୋଚନା କରିଛନ୍ତି । ଏନେଇ ସେ ରାହୁଲଙ୍କ ପ୍ରଶ୍ନ କରିଛନ୍ତି ଯେ, ଧକ୍କା ମରିବାକୁ କ୍ଷମତା କିଏ ଦେଲା?, ସଂସଦ କ’ଣ ଶାରିରୀକ ବଳ ପ୍ରଦର୍ଶନ କରିବାର ସ୍ଥାନ କି? ଯଦି ସମସ୍ତେ ବଳ ପ୍ରୟୋଗ କରିବେ ତାହେଲେ ସଂସଦ କେମିତି ଚାଲିବ ? ରାହୁଲଙ୍କ ଏଭଳି ଶକ୍ତି ପ୍ରଦର୍ଶନ କରିବାର ମାନେ କ’ଣ? ଏହା କରାଟେ କିମ୍ବା କୁମ୍ଫୁ କରିବାର ସ୍ଥାନ ନୁହେଁ, କି ଏହା କୌଣସି ରାଜାର ନିଜସ୍ବ ସମ୍ପତ୍ତି ମଧ୍ୟ ନୁହେଁ । ଏହା ଲୋକତନ୍ତ୍ରର ମନ୍ଦିର । ଏହା ସ୍ମାର୍ଟନେସ୍ ଦେଖାଇବା ଜାଗା ନୁହେଁ । କି ସଂସଦ କୌଣସି କୁସ୍ତି ମଇଦାନ ନୁହେଁ । ରାହୁଲ ଏଭଳି ଶାରିରୀକ ଶକ୍ତି ପ୍ରଦର୍ଶନ କରି କ’ଣ ବାର୍ତ୍ତା ଦେବାକୁ ଚାହୁଁଛନ୍ତି? ଏଭଳି ଘଟଣା ପାଇଁ ମୁଁ ରାହୁଲଙ୍କୁ ଧିକ୍କାର କରୁଛି ବୋଲି କହିଛନ୍ତି ରିଜିଜୁ ।
ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହାକୁ ଦୃଢ ନିନ୍ଦା କରିବା ସହିତ, କହିଛନ୍ତି ଯେ ରାହୁଲ ଗାନ୍ଧୀ ସାମ୍ରାଜ୍ୟବାଦୀ । ସାମ୍ରାଜ୍ୟବାଦୀ ରାହୁଲ ଠେଲି ଦେଲେ । ଏହି ଦେଶ ତାଙ୍କର ସମ୍ପତ୍ତି ନୁହେଁ । କଂଗ୍ରେସ ପରିବାରର ଉଦ୍ଦେଶ୍ୟ କ’ଣ ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର ।