Latest Odisha News

BREAKING NEWS

ଦେଶବ୍ୟାପୀ ଆନ୍ଦୋଳନ ପାଇଁ ପ୍ରସ୍ତୁତି, ପ୍ରତି ରାଜ୍ୟରେ କୃଷକ ମହାପଞ୍ଚାୟତ କରିବାକୁ ଯୋଜନା

ନୂଆଦିଲ୍ଲୀ: ପଲ୍ଲୀକୁ ଡେଇଁ ଦିଲ୍ଲୀ ନିଆଁ । ଦିଲ୍ଲୀ ବର୍ଡରରେ ଚାଲିଥିବା ଆନ୍ଦୋଳନ ସାରା ଦେଶକୁ ବ୍ୟାପିବ । ପ୍ରତି ରାଜ୍ୟରେ କୃଷକ କରିବେ ମହାପଞ୍ଚାୟତ ସଭା । କେନ୍ଦ୍ରର କୃଷି ଆଇନ୍ ବିରୋଧରେ ଚାଲିଥିବା କୃଷକ ଆନ୍ଦୋଳନ ବ୍ୟାପକ କରିବାକୁ ନିଷ୍ପତ୍ତି ନେଇଛି ସଂଗଠନ । ଦିଲ୍ଲୀ ସୀମାରେ ପ୍ରାୟ ୮୦ ଦିନ ହେଲା ଆନ୍ଦୋଳନରେ ବସିଥିବା କୃଷକ ଏବେ ଦେଶର ଅଲଗା ଅଲଗା ସ୍ଥାନରେ ମହାପଞ୍ଚାୟତ ଆୟୋଜନ କରିବେ । ଗୁରୁବାର କୃଷକ ସଂଗଠନର ସଂଯୁକ୍ତ କିଶାନ ମୋର୍ଚ୍ଚା ଏହା ଘୋଷଣ କରିଛି ।

କେନ୍ଦ୍ର ସରକାର ୩ଟି ଯାକ କୃଷି ଆଇନକୁ ଫେରଇ ନନେବା ପର୍ଯ୍ୟନ୍ତ କୃଷକଙ୍କ ଆନ୍ଦୋଳନ ଜାରି ରହିବ । ଏଥିସହ ଏମଏସପି ଉପରେ ଆଇନ୍ ଆସିବା ଦରକାର ବୋଲି ସଂଯୁକ୍ତ କିଶାନ ମୋର୍ଚ୍ଚା ପୁଣି ଦାବି କରିଛି । ଏବେ ରାଜ୍ୟ ଅନୁଯାୟୀ କିଶାନ ମହାପଞ୍ଚାୟତ ଆୟୋଜନ କରିବାକୁ ମୋର୍ଚ୍ଚା ଚେଷ୍ଟା କରୁଛି ।

କୃଷକ ନେତା ଦର୍ଶନ ପାଲଙ୍କ ଅନୁସାରେ, ଉତ୍ତରପ୍ରଦେଶ ମୁରାଦାବାଦରେ ଫେବ୍ରୁଆରୀ ୧୨ରେ କୃଷକ ମହାପଞ୍ଚାୟତ ବସିବ । ସେହିଭଳି ୧୩ରେ ହରିୟାଣାର ବହାଦୂରଗଡ଼, ୧୮ରେ ରାଜସ୍ଥାନର ଶ୍ରୀଗଙ୍ଗାନଗର, ୧୯ରେ ରାଜସ୍ଥାନର ହନୁମାନଗଡ଼, ୨୩ରେ ସିକରରେ ମହାପଞ୍ଚାତ କରାଯିବ ।

୧୮ ଫେବ୍ରୁଆରୀରେ ରେଳରୋକ ଅଭିଯାନ କଥା କୃଷକ ନେତା କହିବା ପରେ ଅଲଗା ଅଲଗା ରାଜ୍ୟରେ କୃଷକ ମହାପଞ୍ଚାୟତ ଲାଗି ଯୋଜନା କରାଯାଇଛି । ଏହା ପୂର୍ବରୁ ପଶ୍ଚିମ ଉତ୍ତରପ୍ରଦେଶ ଓ ହରିୟାଣାର କେତେକ ସହରରେ କୃଷକ ମହାପଞ୍ଚାୟତ ହୋଇସାରିଛି ।

ଅନ୍ୟପଟେ କୃଷକ ସଂଗଠନ ଦାବି କରିଛି- ସରକାର ଆନ୍ଦୋଳନକୁ ଭାଙ୍ଗିବାକୁ ଚେଷ୍ଟା ଜାରି ରଖିଛନ୍ତି । ଟିକରି ସୀମାରେ ସିସିଟିଭି କ୍ୟାମେରା ଲଗାଇବାକୁ ହରିୟାଣା ସରକାର କହିଛନ୍ତି ।

Leave A Reply

Your email address will not be published.