Latest Odisha News

BREAKING NEWS

ଆଜି ସୁପ୍ରିମକୋର୍ଟରେ କୋଟିଆ ବିବାଦ ମାମଲାର ଶୁଣାଣି

ନୂଆଦିଲ୍ଲୀ: କୋଟିଆରେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ କରିବା ପ୍ରସଙ୍ଗରେ ଓଡ଼ିଶା କରିଥିବା ଆବେଦନର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ । ଗତକାଲି ଓଡ଼ିଶାର ପିଟିସନକୁ ଗ୍ରହଣ କରିବା ସହ ଆଜି ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଥିଲେ ପ୍ରଧାନ ବିଚାରପତି । ଆନ୍ଧ୍ର ପ୍ରଦେଶ ଅଦାଲତ ଅବମାନନା କରୁଥିବା ଅଭିଯୋଗ କରିବା ସହ ମାମଲାର ଜରୁରୀ ଶୁଣାଣି ପାଇଁ ଆବେଦନ କରିଥିଲେ ରାଜ୍ୟ ସରକାର । ମାମଲାର ଶୁଣାଣି କରି କୋର୍ଟ କି ନିଷ୍ପତ୍ତି ଶୁଣାଇବେ ତାଉପରେ ସମସ୍ତଙ୍କ ନଜର ରହିଛି ।

ମାମଲାରେ ଆନ୍ଧ୍ରପ୍ରଦେଶ ମୁଖ୍ୟ ଶାସନ ସଚିବ ଆଦିତ୍ୟନାଥ ଦାସ, ବିଜୟନଗରମ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ କର୍ତ୍ତୃପକ୍ଷ ଡକ୍ଟର ଏମ.ଏଚ.ଜୱାହରଲାଲ, ଆନ୍ଧ୍ର ପ୍ରଦେଶ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଡକ୍ଟର ଏନ୍‌. ରମେଶକୁମାରଙ୍କୁ ପକ୍ଷଭୁକ୍ତ କରାଯାଇଛି ।

ପିଟିସନରେ ଓଡ଼ିଶା ସରକାର ଉଲ୍ଲେଖ କରିଛନ୍ତି ଯେ, ସୁପ୍ରିମକୋର୍ଟ ୧୯୬୮ ଓ ୨୦୦୬ ମସିହାରେ ସ୍ଥିତାବସ୍ଥା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆନ୍ଧ୍ର ପ୍ରଦେଶ ସରକାର ଆଦେଶକୁ ଉଲ୍ଲଂଘନ କରିଛନ୍ତି ।

Leave A Reply

Your email address will not be published.