କଟକ: କୋଟିପତି ସିନିୟର ଆସିଷ୍ଟାଣ୍ଟ କିଶୋର ସାହାଣୀ ଗିରଫ। ଆୟଠୁ ଅଧିକ ସଂପତ୍ତି ଠୁଳ ଅଭିଯୋଗରେ କଟକ ସିଟି ହସ୍ପିଟାଲର ବରିଷ୍ଠ ସହାୟକ କିଶୋର ସାହାଣୀଙ୍କୁ ଗିରଫ କରିଛି ଭିଜିଲାନ୍ସ। ଆଜି ତାଙ୍କୁ ସ୍ବତନ୍ତ୍ର ଭିଜିଲାନ୍ସ ଜଜ କୋର୍ଟକୁ ଚାଲାଣ କରାଯିବ। ଭିଜିଲାନ୍ସ ରେଡ ବେଳେ ତାଙ୍କର ଦୁଇଟି ବିଲ୍ଡିଂ ଏବଂ ୧୯ ମୂଲ୍ୟବାନ ପ୍ଲଟ ଠାବ ହୋଇଛି।
କଟକ ସହର ଓ ଏହାର ଆଖପାଖରେ ରହିଛି ସବୁ ପ୍ଲଟ। ଚୌଦ୍ବାରର ପଳାଶିଆରେ ଅଢ଼େଇ ଏକର ଜମିରେ ବାବୁଙ୍କର ରହିଛି କୁକୁଡ଼ା ଫାର୍ମ । ସେହିପରି ନୂଆସାହିରେ ୨୫ଶହ ବର୍ଗଫୁଟରେ ଏକ ତିନି ମହଲା କୋଠା ରହିଛି। ବରିଷ୍ଠ ସହାୟକ କିଶୋର ସାହାଣୀଙ୍କ ଘରୁ ମିଳିଛି ନଗଦ ୩ ଲକ୍ଷ ୩୦ ହଜାର ଟଙ୍କା ଏବଂ ୧୩୫ ଗ୍ରାମ ସୁନା। ବିଭିନ୍ନ ବ୍ୟାଙ୍କ ଏବଂ ପୋଷ୍ଟାଲରେ ୫୫ ଲକ୍ଷ ୪୮ ହଜାର ଟଙ୍କା ଜମା ରହିଛି। ବାବୁଙ୍କର ଗୋଟିଏ ଚାରି ଚକିଆ ଓ ୩ଟି ଦୁଇ ଚକିଆ ଯାନ ଅଛି।
ତାଙ୍କ ନାଁରେ ୧ କୋଟି ୨୪ ଲକ୍ଷ ଟଙ୍କାର ସରକାରୀ ଅର୍ଥ ହେରଫେର ଅଭିଯୋଗ ଥିଲା । ଆୟ ବହିର୍ଭୂତ ସଂପୂତ୍ତି ଠୁଳ ଅଭିଯୋଗରେ କିଶୋରଙ୍କ ଲିଙ୍କ୍ ରେ ଏକକାଳୀନ ୫ଟି ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ । ତେବେ ଏତେ ସଂପତ୍ତି କିପରି କମାଇଲେ ସେ ବାବଦରେ ବରିଷ୍ଠ ସହାୟକ କିଶୋର ସାହାଣୀ ଭିଜିଲାନସ ଅଧିକାରୀଙ୍କୁ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ।
Comments are closed.