Latest Odisha News

BREAKING NEWS

କିସ୍ ଛାତ୍ରଛାତ୍ରୀ ଜିତିଲେ ସୈନିକ ସ୍କୁଲ ଓ ଓଏମସି ବିଜୁ ମିନି ମାରାଥନ

ସୈନିକସ୍କୁଲ ଓ ଓଡିଶା ଖଣିନିଗମ ମିଳିତ ସହଯୋଗରେ ବିଜୁ ସ୍ମୃତି ତଥା ଫିଟ୍ ଇଂଡ଼ିଆ ଗଣଦୌଡ଼ର ଆୟୋଜିତ ହୋଇଯାଇଛି ।

ଓଡିଶାର ପ୍ରବାଦ ପୁରୁଷ ଏବଂ ସୈନିକସ୍କୁଲର ପ୍ରତିଷ୍ଠାତା ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କର ୧୦୨ ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ଏହା ଆୟୋଜିତ ହୋଇଯାଇଛି ।

ଏହି ଗଣଦୌଡ଼ରେ ସୈନିକସ୍କୁଲର ୫୦୦ ଶିକ୍ଷାର୍ଥୀ ଓ ୨୦୦ ପୁରାତନ ଛାତ୍ରଙ୍କ ସମେତ ବିଭିନ୍ନ ଅନୁଷ୍ଠାନରୁ ପ୍ରାୟ ୧୫୦୦ରୁ ଅଧିକ ସହଯୋଗୀ ଭାଗ ନେଇଥିଲେ ।

ସୈନିକସ୍କୁଲ ପୁରାତନ ଛାତ୍ର ସଂସଦ ଏବଂ ଓଡିଶା ଖଣି ନିଗମର ମିଳିତ ସହଯୋଗରେ ସୈନିକସ୍କୁଲ ଠାରେ ଚଳିତ ଡିସେମ୍ବର ୧୫ ତାରିଖ ସକାଳ ଘ୬.୩୦ରେ ଫିଟ୍ ଇଂଡ଼ିଆ ଗଣ ଦୌଡ଼ର ଆୟୋଜନ କରାଯାଇଥିଲା ।

ଏହି ଗଣ ଦୌଡ଼ରେ ସୈନିକସ୍କୁଲର ୫୦୦ ଶିକ୍ଷାର୍ଥୀ ଓ ୨୦୦ ପୁରାତନ ଛାତ୍ରଙ୍କ ସମେତ ବିଭିନ୍ନ ଅନୁଷ୍ଠାନରୁ ପ୍ରାୟ ୧୫୦୦ରୁ ଅଧିକ ସହଯୋଗୀ ଭାଗ ନେଇଥିଲେ ।

ଏହି ଗଣ ଦୌଡର ସିନିୟର ବାଳଳ ବିଭାଗରେ କିସ୍ ସ୍ଲୁଲର ଗୁନୁ ରାଇତ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସୈନିକସ୍କୁଲର କ୍ୟାଡଟେ୍ ଜୀବନ ଦେହୁରୀ ଦ୍ୱିତୀୟ ଏବଂ କିସ୍ ର ମାରାଂଡ଼ି ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ଜୁନିୟର୍ ଛାତ୍ର ବିଭାଗରେ କିସ୍ ସ୍କୁଲ୍ ର ରାଜ୍ କୁମାର ଗୌଡ଼ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ସୈନିକସ୍କୁଲର କ୍ୟାଡ଼ଟେ୍ ଶିବମ୍ କୁମାର ଓ ପ୍ରିନ୍ସ ରାଜ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ ।

ବାଳିକା ବିଭାଗରେ କିସ୍ ସ୍କୁଲ୍ ର ଛାତ୍ରୀଗଣ ଯଥା ପ୍ରଭାତି ମାଝୀ, ସିମା ଧନ୍ ଓ ମମତା ସିଂ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସ୍କୁଲ୍ ର ପୂରାତନ ଛାତ୍ର ବିଭାଗରେ ଶ୍ରୀ ଦୀପକ୍ ରଂଜନ୍ ରାଉତ୍ ପ୍ରଥମ ହୋଇଥିବାବେଳେ ଡି. କିସ୍କୁ ଓ କର୍ନଲ ଏସ୍ . କେ . ମିଶ୍ର ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହି ପୁରସ୍କୃତ ହୋଇଥିଲେ । ସୈନିକସ୍କୁଲର କ୍ୟାଡେଟ୍ ଆର‌୍ୟନ୍ କୁମାର ସାହୁ ଓ ଅମ୍ରିତା ବିଦ୍ୟାଳୟମ୍ ର ଅଧ୍ୟକ୍ଷା ଉକ୍ତ ପ୍ରତିଯୋଗିତାରେ ଶାନ୍ତ୍ୱନାମୂଳକ ପୁରଷ୍କାର ଗ୍ରହଣ କରିଥିଲେ ।

ଏକ ସ୍ୱଚ୍ଛ , ସବୁଜ ଓ ସୁସ୍ଥ ଭୁବନେଶ୍ୱରର ବାର୍ତା ପ୍ରଚାର ଉଦ୍ଦେଶ୍ୟରେ ଏହି ଗଣ ଦୌଡ଼ ଆୟୋଜନ କରାଯାଇଥିଲା ।ଏହି ଦୌଡ ମାଧ୍ୟମରେ ରାଜ୍ୟର ଯୁବଗୋଷ୍ଠୀଙ୍କ ମଧ୍ୟରେ ଶୃଙ୍ଖଳା ଜ୍ଞାନ , ଆଦର୍ଶ ଓ ଜାତୀୟତାବାଦର ଭାବ ଉଦ୍ରେକ କରି ଭାରତୀୟ ପ୍ରତିରକ୍ଷା ବାହିନୀରେ ଯୋଗ ଦେବାର ପ୍ରୋତ୍ସାହନ ସୃଷ୍ଟି କରାଯାଇଥିଲା ।

ଏହି ଦୌଡ ସୈନିକସ୍କୁଲ ଗେଟ୍ ପାଖରୁ ଆରମ୍ଭ ହୋଇ ସପ୍ତମ ବାଟାଲିୟନ , ନାଲକୋ- କଳିଙ୍ଗ ହସ୍ପିଟାଲ ଛକ , ଜୟଦେବ ବିହାର ,ଆଚାର୍ଯ୍ୟ ବିହାର , ଆପୋଲ ହସ୍ପିଟାଲ ଦେଇ ୭.୩ କି.ମି. ପଥ ଅତିକ୍ରମ କରି ସୈନିକସ୍କୁଲ ଗାନ୍ଧି ଷ୍ଟାଡିୟମରେ ଶେଷ ହୋଇଥିଲା ।

ଲେପ୍ଟନାଂଟ୍ ଜେନେରାଲ ଜେ.କେ. ମହାନ୍ତି , ସୈନିକସ୍କୁଲ ଅଧ୍ୟକ୍ଷ ଗ୍ରୁପ୍ କ୍ୟାପ୍ଟେନ୍ ଡୋମିନିକ୍ ରାୟନ ଓ ଡି.ସି.ପି ଅନୁପ ସାହୁ ପତାକା ଦେଖାଇ ଦୌଡ଼ର ଶୁଭାରମ୍ଭ କରିଥିଲେ ।

ଓଡିଶାର ଖାଦ୍ୟ ଯୋଗାଣ ଓ ଖାଉଟି କଳ୍ୟାଣ ମନ୍ତ୍ରୀ ତଥା ସୈନିକସ୍କୁଲର ପୁରାତନ ଛାତ୍ର ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପୁରସ୍କାର ବଂଟନ କରିଥିଲେ ।

ଏହି ଉତ୍ସବରେ ସୈନିକସ୍କୁଲର ପ୍ରଶାସନିକ ଅଧିକାରୀ କମାଣ୍ଡର ପ୍ରୀତିକା ଶର୍ମା ,ଉପାଧ୍ୟକ୍ଷ ଉଇଙ୍ଗ୍ କମାଣ୍ଡର ଅମିତାଭ ରଂଜନ ,ପୁରାତନ ଛାତ୍ର ସଂସଦ ସଭାପତି ଶ୍ରୀ ଅମିତାଭ ସ୍ୱାଇଁ , ସେକ୍ରେଟାରୀ ଡାକ୍ତର ନିରଞ୍ଜନ ପାଢୀ , ଓଡିଶା ରାଜ୍ୟପାଳଙ୍କ ସ୍ୱତନ୍ତ୍ର ସଚିବ ପ୍ରଶାସକ ଶ୍ରୀ ମଧୁସୂଦନ ପାଢୀ , ବରିଷ୍ଠ ଅଧ୍ୟାପକ ଶ୍ରୀ ବିଘ୍ନେଶ୍ୱର ପ୍ରଧାନ , ବହୁ ପୁରାତନ ଛାତ୍ର , ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ , କର୍ମଚାରୀ ଓ କ୍ୟାଡେଟ ଗଣ ଉପସ୍ଥିତ ଥିଲେ ।

Leave A Reply

Your email address will not be published.