Latest Odisha News

BREAKING NEWS

ଦୁନିଆର ସବୁଠାରୁ ସୁରକ୍ଷିତ ଘର, ପରମାଣୁ ଭେଦ କରିପାରିବ ନାହିଁ !

ସମସ୍ତେ ଏକ ମଜଭୁତ ଓ ସୁରକ୍ଷିତ ଘରେ ବାସ କରିବା ପାଇଁ ଚାହାଁନ୍ତି ।

ଏଭଳି ସୁରକ୍ଷିତ ଘର କରିବା ପାଇଁ ପୋଲାଣ୍ଡର ଜନୈକ ବ୍ୟକ୍ତି ସ୍ଥାନୀୟ ଆର୍କିଟେଚର କମ୍ପାନୀର ମୁଖ୍ୟ କେଡବ୍ଲ୍ୟୁକେ ପ୍ରୋମ୍ସଙ୍କୁ ଦାୟିତ୍ୱ ଦେଇଥିଲେ । ପ୍ରୋମ୍ସ ଏହାକୁ ଆଖି ଆଗରେ ରଖି ଏପରି ଏକ ଘର ନିର୍ମାଣ କଲେ ଯାହା କି ବିଶ୍ୱର ସବୁଠାରୁ ସୁରକ୍ଷିତ ଘରର ମାନ୍ୟତା ପାଇଛି କହିଲେ ଭୁଲ ହେବ ନାହିଁ ।

ଏପରିକି ଏହି ଘର ଭିତରେ ରହିଲେ ପରମାଣୁ ବୋମା ମଧ୍ୟ କ୍ଷତି କରିପାରିବ ନାହିଁ ବୋଲି କମ୍ପାନୀ ପକ୍ଷରୁ ଦୃଢ଼ତା ସହକାରେ କୁହାଯାଇଛି ।

ଏହାର ସବୁଠାରୁ ବିଶେଷତ୍ୱ ହେଲା ଘର ମାଲିକ ଗୋଟିଏ ସୁଇଚ ଚିପିଲେ ଏହାର ଚାରିପଟେ ଥିବା କଂକ୍ରିଟ କାନ୍ଥ ସ୍ୱତଃ ଯୋଡିହୋଇଯିବ । ଭିରତକୁ ଯିବାକୁ କୌଣସି ରାସ୍ତା ରହିବ ନାହିଁ ।

ଦ୍ୱିତୀୟ ମହଲାର ସୁଇମିଂ ପୁଲ ମାଧ୍ୟମରେ ଘରକୁ ଯାଇ ହେବ କିନ୍ତୁ ଏଥିପାଇଁ ଏହାର ମାଲିକର ଅନୁମତି ନେବାକୁ ପଡିବ । ମଜଭୁତ କଂକ୍ରିଟ, ଧାତୁ ଓ ଅତ୍ୟାଧୁନିକ ଜ୍ଞାନକୌଶଳରେ ଏହା ନିର୍ମିତ ହୋଇଛି । ଧାତୁରେ ତିଆରି ଶଟର ଏହାକୁ ବିଶେଷ ଭାବେ ମଜଭୁତ କରୁଛି ।

ଏହାବ୍ୟତୀତ ଘର ବନ୍ଦ ଥିବା ବେଳେ ପରମାଣୁ ବୋମା ଭେଦ କରିପାରିବ ନାହିଁ ବୋଲି କମ୍ପାନୀ ପକ୍ଷରୁ ଦାବି ଯାଇଛି ।

Leave A Reply

Your email address will not be published.