Latest Odisha News

BREAKING NEWS

ହେଲିକପ୍ଟରରେ ପିଟି ହେଲା ଗୁଡ଼ି, ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଶିବକୁମାର

ବେଙ୍ଗାଲୁରୁ: କର୍ଣ୍ଣାଟକ କଂଗ୍ରେସର ସଭାପତି ଡି.କେ ଶିବକୁମାରଙ୍କ ହେଲିକପ୍ଟର ମଙ୍ଗଳବାର ଅପରାହ୍ନରେ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡର ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଛି। ହେଲିକପ୍ଟରର କକପିଟ୍ ୱିଣ୍ଡୋ ସହିତ ଏକ ଗୁଡ଼ି ସହ ବାଡେଇ ହୋଇଯିବାରୁ ଧକ୍କା ହୋଇଥିଲା। ଏହା ପରେ ବିମାନଟିକୁ ଜରୁରୀକାଳୀନ ପରିସ୍ଥିତିରେ ଅବତରଣ କରାଯାଇଥିଲା। କଂଗ୍ରେସ ନେତା ଶିବକୁମାର କୋଲାର ଜିଲ୍ଲାର ମୁଲବାଗଲରେ ଏକ ସାଧାରଣ ସଭାରେ ଯୋଗଦେବାକୁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା।

ଏହି ଘଟଣା ସମ୍ପର୍କରେ ଡି.କେ ଶିବକୁମାର ଟ୍ୱିଟ କରି ଲେଖିଛନ୍ତି, ଯେଉଁଥିରେ ସେ ଲେଖିଛନ୍ତି ଯେ, ମୁଲବାଗଲକୁ ଯିବା ବାଟରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯେଉଁଥିରେ ସହଯୋଗୀ ଆହତ ହୋଇଛନ୍ତି। ଏବେ ସମସ୍ତେ ସୁରକ୍ଷିତ, ଏବଂ ଜରୁରୀ ଅବତରଣ କରାଇଥିବାରୁ ପାଇଲଟଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଏହି ହେଲିକପ୍ଟରଟି ବେଙ୍ଗାଲୁରୁର ଜାକୁର ବିମାନବନ୍ଦରରୁ ବିମାନ ଉଡ଼ାଣ ଭରିଥିଲା। କିନ୍ତୁ, ଗୁଡି ସହ ଧକ୍କା ହେବାରୁ କକପିଟର କାଚ ଭାଙ୍ଗିଯାଇଥିଲା ଏବଂ ହେଲିକପ୍ଟରକୁ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ ବିମାନବନ୍ଦରରେ ଜରୁରୀକାଳୀନ ପରିସ୍ଥିତିରେ ଅବତରଣ କରିବାକୁ ପଡିଥିଲା। ଶିବକୁମାର ଓ ତାଙ୍କ ପାଇଲଟଙ୍କ ସହ କନ୍ନଡ ନ୍ୟୁଜ୍ ଚ୍ୟାନେଲର ଜଣେ ସାମ୍ବାଦିକ ସାଙ୍ଗରେ ଯାଉଥିଲେ ବୋଲି ଜଣାପଡ଼ିଛି। ଯିଏକି ହେଲିକପ୍ଟରରେ ସାକ୍ଷାତକାର ନେଉଥିଲେ।

Comments are closed.