Latest Odisha News

ଖେଲୋ ଇଣ୍ଡିଆ ୟୁଥ ଗେମ୍ସ : ୯ମ ସ୍ଥାନରେ ରହି ଓଡିଶା ଶେଷ କଲା ଅଭିଯାନ

ଭୋପାଳ: ଏଠାରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ୟୁଥ ଗେମ୍ସରେ ଓଡିଶା ୯ମ ସ୍ଥାନରେ ରହି ତାର ଅଭିଯାନ ଶେଷ କରିଛି । ଗତ ସଂସ୍କରଣ ତୁଳନାରେ ଓଡିଶା ଆଥଲେଟଙ୍କ ପ୍ରଦର୍ଶନ ଏଥର ପ୍ରଶଂସନୀୟ ରହିଥିଲା । ଗତ ସଂସ୍କରଣରେ ୨୬ତମ ସ୍ଥାନରେ ଓଡିଶା ରହିଥିଲା । ପ୍ରଥମ ଥର ପାଇଁ ଓଡିଶା କାୟାକିଙ୍ଗ ଆଣ୍ଡ କାନୋଇଂରେ ୪ ସ୍ୱର୍ଣ୍ଣ, ୩ ରୌପ୍ୟ ଓ ୪ ବ୍ରୋଞ୍ଜ ପଦକ ହାସଲ କରିଛି । ଓଭରାଲ ୧୧ ସ୍ୱର୍ଣ୍ଣ, ୮ ରୌପ୍ୟ ଓ ୧୧ ବ୍ରୋଞ୍ଜ ସହ ଓଡିଶା ୩୦ ପଦକ ହାସଲ କରିଛି । ଖୋ ଖୋ, ରୋଇଂ ଓ ଟେନିସରେ ମଧ୍ୟ ପ୍ରତିଯୋଗୀ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।

ମହାରାଷ୍ଟ୍ର ୫୬ ସ୍ୱର୍ଣ୍ଣ, ୫୫ ରୌପ୍ୟ ଓ ୫୦ ବ୍ରୋଞ୍ଜ ସହ ୧୬୧ ପଦକ ଜିତି ପ୍ରଥମ ସ୍ଥାନରେ ରହିଛି । ହରିୟାଣା ୪୧ ସ୍ୱର୍ଣ୍ଣ, ୩୨ ରୌପ୍ୟ ଓ ୫୫ ବ୍ରୋଞ୍ଜ ପଦକ ସହ ୧୨୮ ପଦକ ଜିତି ଦ୍ୱିତୀୟ ସ୍ଥାନରେ ରହିଛି । ଆଥଲେଟିକ୍ସରେ ଓଡିଶା ପ୍ରତିଯୋଗୀ ୪ ସ୍ୱର୍ଣ୍ଣ, ୧ ରୌପ୍ୟ ଓ ୨ ବ୍ରୋଞ୍ଜ ପଦକ ହାସଲ କରିଛି ।

Comments are closed.