ଆବୁଧାବି: ଆବୁଧାବିର ଶେଖ ଜୟେଦ୍ ଷ୍ଟାଡିୟମରେ ଖେଳାଯାଉଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍ର ୩୯ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ କୋଲକାତା ନାଇଟ୍ ରାଇଡର୍ସ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ପଏଣ୍ଟ ଟେବୁଲରେ ୩ୟ ସ୍ଥାନରେ ଥିବା ବାଙ୍ଗାଲୋର ପୂର୍ବରୁ ୯ଟି ମ୍ୟାଚ୍ ଖେଳିଥିବା ବେଳେ ଆଜି କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ୧୦ମ ମ୍ୟାଚ୍ ଖେଳୁଛି ।
ବିରାଟ କୋହଲିଙ୍କ ନେତୃତ୍ୱରେ ଖେଳୁଥିବା ବାଙ୍ଗାଲୋର ୬ଟି ମ୍ୟାଚ୍ ଜିତିଥିବା ବେଳେ ୩ଟିରେ ପରାଜିତ ହୋଇଛି । ପଏଣ୍ଟ ଟେବୁଲରେ ୪ର୍ଥ ସ୍ଥାନରେ କୋଲକାତା ଆଜି ନିଜର ୧୦ମ ମ୍ୟାଚ୍ ଖେଳୁଛି । ପୂର୍ବରୁ ଖେଳିଥିବା ୯ଟି ମ୍ୟାଚରେ କୋଲକାତା ଟିମ୍ ୫ଟିରେ ବିଜୟ ହାସଲ କରିଥିବା ବେଳେ ୪ଟି ହାରିଛି । ଇଅନ୍ ମୋର୍ଗାନ୍ଙ୍କ ନେତୃତ୍ୱରେ କୋଲକାତା ନାଇଟ୍ ରାଇଡର୍ସ ଆଜିର ମ୍ୟାଚ ଜିତି ପଏଣ୍ଟ ଟେବୁଲରେ ବାଙ୍ଗାଲୋର ସମକକ୍ଷ ହେବାକୁ ଚାହିଁବ ।
Comments are closed.