Latest Odisha News

BREAKING NEWS

ଶୃଙ୍ଖଳିତ ଓ କଞ୍ଜୁସ ବୋଲିଂ କରି ଜିତିଲା କୋଲକାତା

ଆବୁଧାବି: ଶୃଙ୍ଖଳିତ ଓ କଞ୍ଜୁସ ବୋଲିଂ ବଳରେ ଏଠାରେ ଅନୁଷ୍ଠିତ ଆଇପିଏଲ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ୨ ରନରେ କିଙ୍ଗ୍‌ସ ଏକାଦଶ ପଞ୍ଜାବକୁ ପରାସ୍ତ କରିଛି । କୋଲକାତା ୧୬୫ ରନର ଆଭରେଜ ଲକ୍ଷ୍ୟ ଦେଇଥିଲେ ମଧ୍ୟ ଏହାକୁ ହାସଲ କରିବାରେ ପଞ୍ଜାବ ବ୍ୟର୍ଥ ହୋଇଛି । ଦଳ ୨୦ ଓଭରରେ ୫ ଉଇକେଟ ବିନିମୟରେ ୧୬୨ ରନ କରିପାରିଥିଲେ ।

ଅଧିନାୟକ କେଏଲ ରାହୁଲ (୭୪) ଓ ମୟଙ୍କ ଅଗ୍ରୱାଲ (୫୬) ଆକର୍ଷଣୀୟ ଇନିଂସ ଖେଳିଥିଲେ ମଧ୍ୟ ତାହା ଦଳର ବିଜୟ ପାଇଁ ଯଥେଷ୍ଟ ହୋଇ ନ ଥିଲା । ଅନ୍ୟ ବ୍ୟାଟ୍ସମ୍ୟାନମାନେ କୋଲକାତା ବୋଲିଂର ଉଚିତ ମୁକାବିଲା କରିପାରି ନ ଥିଲେ । ପ୍ରସିଦ୍ଧ କ୍ରିଷ୍ଣା ୩ଟି ଓ ସୁନୀଲ ନାରିନ ୨ଟି ଉଇକେଟ ଅକ୍ତିଆର କରିଥିଲେ । ପୂର୍ବରୁ ଦୀନେଶ କାର୍ତିକଙ୍କ ୫୮ ଓ ସୁଭମ ଗିଲଙ୍କ ୫୭ ରନ ବଳରେ ପ୍ରଥମେ ବ୍ୟାଟିଂ କରି କୋଲକାତା ୨୦ ଓଭରରେ ୬ ଉଇକେଟ ବିନିମୟରେ ୧୬୪ ରନ କରିଥିଲା ।

Leave A Reply

Your email address will not be published.